ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପାରାଦ୍ବୀପରେ ଅବକାରୀ ବିଭାଗ ର ବଡ଼ ଧରଣର ଚଢାଉ। ୧୨ କେଜି ଗଞ୍ଜେଇ, ୧ ଲକ୍ଷ ୧୬ ହଜାର ଟଙ୍କା ସହ ୨ ଗିରଫ।।

ଜଗତସିଂହପୁର (BT)୨୯୵୦୯୵୨୦୨୬ ପାରାଦ୍ବୀପ ଅବକାରୀ ରେଞ୍ଜ ଓ ପାରାଦ୍ବୀପ ଅବକାରୀ ଥାନା ପକ୍ଷରୁ ଆଜି ପୂର୍ବାହ୍ନରେ ପାରାଦ୍ବୀପ ଲକ୍ ଥାନା ଅନ୍ତର୍ଗତ ନିମିଢି ଗ୍ରାମରେ ଚଢାଉ କରାଯାଇ ୧୨ କେଜି ଗଞ୍ଜେଇ ସହ ଗଞ୍ଜେଇ କାରବାର ରେ ବ୍ୟବହୃତ ୧ ଲକ୍ଷ ୧୬ ହଜାର ୨ ଶହ ଟଙ୍କାର ଅର୍ଥରାଶି ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।
ଘଟଣାରୁ ପ୍ରକାଶ ଥାଉ କି ପାରାଦ୍ବୀପ ଗଡ଼ ନିମିଢି ଗ୍ରାମର ସ୍ବର୍ଗତ ଭୀମା ସ୍ବାଇଁଙ୍କ ବଡପୁଅ ଆମ୍ବିଳ ସ୍ବାଇଁ (୪୮) ଓ ସାନପୁଅ ଲୋକନାଥ ସ୍ବାଇଁ (୪୬) ଗଞ୍ଜେଇ ବେପାର ରେ ଲିପ୍ତ ଥିବାର ଏକ ଗୁଇନ୍ଦା ଖବରକୁ ଭିତ୍ତି କରି ପାରାଦ୍ବୀପ ଅବକାରୀ ବିଭାଗର ମିଳିତ ଟିମ ପାରାଦ୍ବୀପ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ନିମିଢି ଗ୍ରାମରେ ଚଢାଉ କରିଥିଲେ। ଅଭିଯୁକ୍ତ ଦୁଇ ଭାଇ ଗଞ୍ଜେଇ ଭର୍ତି ଜରିବସ୍ତା ସହ ଫେରାଇ ହେବାକୁ ଉଦ୍ୟମ ହେଉଥିବାବେଳେ ସେମାନଙ୍କୁ କାବୁ କରି ନେଇଥିଲେ। ଯାଞ୍ଚ ପରେ ସେମାନଙ୍କ ହେପାଜତ ରୁ ୧୨ କେଜି ଗଞ୍ଜେଇ, ନଗଦ ୧ ଲକ୍ଷ ୧୬ ହଜାର ୨ ଶହ ଟଙ୍କା ବରାମତ ହୋଇଥିଲା। ଦୁଇ ଭାଇଙ୍କୁ ଏନ୍ଡି ପି ଏସ୍ ଆଇନ ୧୯୮୫ ଅନୁସାରେ ପାରାଦ୍ବୀପ ଅବକାରୀ ରେଞ୍ଜ କେସ୍ ନଂ- ୪୩୵୨୦୨୬-୨୭ ରେ ମାମଲା ଋଜୁ କରାଯାଇ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ କୁଜଙ୍ଗ ଙ୍କ ଅଦାଲତ କୁ ଚାଲଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତ କୁ ପଠାଯାଇଛି। ଆଜିର ଏହି ଚଢାଉ ରେ ପାରାଦ୍ବୀପ ଅବକାରୀ ଥାନାର ସବ୍ଇନ୍ସପେକ୍ଟର ଧର୍ମପଦ ଦାସ, ଏ ଏସ୍ ଆଇ ଗୟାଧର ସେଠୀ, କନଷ୍ଟେବଳ ମନୋରଞ୍ଜନ ଦାସ, ଜୟଦେବ ପାତ୍ର, ସନ୍ତୋଷୀ ସାହୁ ପ୍ରମୁଖ ସାମିଲ ଥିଲେ।

  ଏହି ଜବତ ଗଞ୍ଜେଇ ସହ ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣ ସଂଯୋଗ ଥିବାର ଅନୁସନ୍ଧାନ କରିବା ରେ ଅଭିଯୁକ୍ତମାନଙ୍କୁ  ଅଧିକ ପଚରା ଉଚୁରା ପାଇଁ ରିମାଣ୍ଡରେ ଆଣିବା ପାଇଁ ଅବକାରୀ ଟିମ୍ ଆବେଦନ କରିବ ବୋଲି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *