ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ାରେ ଉତ୍ସାହର ସହ ପାଳିତ ୫୩ତମ ସ୍ୱାୟତ୍ତ ଶାସନ ଦିବସ

ନିମାପଡ଼ା, (ବିଭୂତି ଟିଭି): ନିମାପଡ଼ାରେ ଉତ୍ସାହ ଓ ଉଦ୍ଦୀପନାର ସହ ୫୩ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି। ଏହି ଅବସରରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସକାଳୁ ରାମଧୁନ ଓ ପ୍ରଭାତଫେରୀ ଆୟୋଜନ କରାଯାଇଥିଲା। ଏଥିରେ ପରିଷଦର କର୍ମଚାରୀ, ଜନପ୍ରତିନିଧି ଓ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ।
ପରେ ବିଭିନ୍ନ ମହାପୁରୁଷ, ବରପୁତ୍ର ଓ ଶହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦେଶ ଓ ସମାଜ ପାଇଁ ବଳିଦାନ ଦେଇଥିବା ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରିଷଦ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ମଧ୍ୟ ଉତ୍ତୋଳନ କରାଯାଇଥିଲା।
ଏହାପରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ଉପସ୍ଥିତ ଅତିଥି ଓ ଜନପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ ଶୁଣିଥିଲେ।
ସଭାରେ ନିମାପଡ଼ା ସହରର ବିକାଶ, ପରିମଳ ବ୍ୟବସ୍ଥା, ନାଗରିକ ସେବାକୁ ଅଧିକ ସୁଦୃଢ଼ କରିବା ସହ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଉନ୍ନତି ନେଇ ଆଲୋଚନା ହୋଇଥିଲା। ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ସମେତ ନାଗରିକ ସେବା ଓ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ଓ ପ୍ରତିଷ୍ଠାନଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଦାଶ, ଅଧ୍ୟକ୍ଷା ସସ୍ମିତା ସାହୁ, ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ, ସାଂସଦଙ୍କ ପ୍ରତିନିଧି ମିନଲତା ମହାନ୍ତି, ଯଚିନ୍ଦ୍ର ସ୍ୱାଇଁଙ୍କ ସମେତ ସମସ୍ତ କାଉନସିଲର, ସ୍ଥାନୀୟ ନେତୃତ୍ୱ, ପରିଷଦ କର୍ମଚାରୀ ଓ ବହୁ ସଂଖ୍ୟାରେ ନାଗରିକ ଉପସ୍ଥିତ ଥିଲେ।
— ବିଭୂତି ଟିଭି

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *