ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକ ସ୍ମୃତି ସଭା

ଆଜି ପବିତ୍ର ନେତ୍ରୋତ୍ସବ ତିଥି ଓଡ଼ିଆ ଜାତିର ଚିର ନମସ୍ୟ “ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ” ଙ୍କ ୯୮ତମ ପୁଣ୍ୟତିଥି ଅବସରରେ ନିମାପଡା ତହସିଲ ସାମ୍ନା ସ୍ଥିତ ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତି ରେ ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ।

ନିମାପଡା ର ଏହି ଶ୍ରେଷ୍ଠ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଜାଗ୍ରତ ଯୁବଶକ୍ତି ସଂଗଠନ, ଗୋପବନ୍ଧୁ ସେବା ସଂଘ, ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନଙ୍କ ସମେତ ଅଂଚଳର ବହୁ ବୁଦ୍ଧିଜୀବି, ଅନେକ ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା, ସାଧାରଣ ନାଗରିକ ଗଣ ଉପସ୍ଥିତ ରହି ଉତ୍କଳମଣି ଙ୍କ ସେବା, ସମର୍ପଣ ଓ ତ୍ୟାଗପୂତ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ ।

ଏହି ସଭାରେ ଗୋପବନ୍ଧୁଙ୍କ ଦେଶପ୍ରେମ ଓ ଦେଶ ଗଠନରେ ତାଙ୍କର ଅବଦାନ ଅତୁଳନୀୟ। ଅତିରିକ୍ତ ତହସିଲଦାର ଭେଙ୍କେଟେଶ୍ଵର ରାଓ ଙ୍କ ସଭାପତିତ୍ଵ ରେ ଏହି ସଭାରେ ଜାଗ୍ରତ ଶକ୍ତିର ସଂଗଠନ ର ମୂଖ୍ୟ କାର୍ଯ୍ୟକାରୀ ବିଜୟାନନ୍ଦ ଦାସ, ସଂଯୋଜକ ସମୀର ରଂଜନ ରାଉତରାୟ, ଉପଦେଷ୍ଟା ଅଜୟ କୁମାର ମିଶ୍ର , ସଭ୍ୟ ଅଜୟ କୁମାର ପଣ୍ଡା, ବରିଷ୍ଟ ନାଗରିକ ମଞ୍ଚର ସଭାପତି ବିବେକାନନ୍ଦ ପାତ୍ର, ପ୍ରସନ୍ନ କୁମାର ଦାଶ , ରାଧାମୋହନ ଦାଶ ,ଦଣ୍ଡପାଣି ସାହୁ ଏବଂ ଦେବାଶିଷ ପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଗୋପବନ୍ଧୁ ଦାସଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *