ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷା ଭାବେ ଡ ନନ୍ଦିନୀ ପଟ୍ଟନାୟକଙ୍କ ଯୋଗଦାନ

ନିମାପଡ଼ା(BT) ନିମାପଡ଼ା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷା ଭାବେ ପ୍ରାଣୀ ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପିକା ଡ ନନ୍ଦିନୀ ପଟ୍ଟନାୟକ ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଅମିତା ମହାନାୟକ ଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି।ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶ ଆସି ନ ଥିବାରୁ ବରିଷ୍ଠ ପ୍ରାଧ୍ୟାପିକା ଙ୍କୁ ଅତିରିକ୍ତ ଜିଲ୍ଲା ପାଳ ତଥା ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା ଙ୍କ ଅନୁମୋଦନ କ୍ରମେ ଅଧ୍ୟକ୍ଷା ଭାବରେ କାର୍ଯ୍ୟଭାର ପ୍ରଦାନ କରାଯାଇଛି।
ଦୁଇ ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ ଓ ପ୍ରବୀର କୁମାର ବେହେରା ଙ୍କ ସମେତ ବିଭାଗୀୟ ମୁଖ୍ୟ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷା ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *