ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଅତ୍ୟାଧୁନିକ ଶିଶୁ ଉଦ୍ୟାନକୁ ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲୋକାର୍ପଣ କରିଛନ୍ତି।

ନିମାପଡ଼ା, (BT) ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୧କୋଟି ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୁକ୍ତାକାଶ ରଙ୍ଗମଞ୍ଚ ନିକଟରେ ନିର୍ମିତ ରୂପାନ୍ତୀକରଣ ଅତ୍ୟାଧୁନିକ ଶିଶୁ ଉଦ୍ୟାନକୁ ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲୋକାର୍ପଣ କରିଛନ୍ତି। ଏହି ଶିଶୁ ଉଦ୍ୟାନରେ ସ୍ଥାନୀୟ ଅଞ୍ଚଳର ପିଲାମାନେ ବୁଲାବୁଲି କରିବା ସହ ଏହା ସେମାନଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନରେ ସହାୟକ ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ଉଦ୍ୟାନ ପରିସରରେ ବିଶୁଦ୍ଧ ଥଣ୍ଡା ପାନୀୟଜଳ, ଉଜ୍ଜ୍ବଳ ଆଲୋକ, ଶୌଚାଳୟ, ଯୋଗ ମଣ୍ଡପ, ବିଭିନ୍ନ ପ୍ରକାର ବ୍ୟାୟାମ ଉପକରଣ, ସିସିଟିଭି ବ୍ୟବସ୍ଥା ସମେତ ଶିଶୁଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପଶୁପକ୍ଷୀ, ଜୀବଜନ୍ତୁଙ୍କ ପ୍ରତିକୃତି ସମେତ ବହୁ କଳାକୃତି ସ୍ଥାପିତ ହୋଇଛି। ଲୋକାର୍ପଣ ସମାରୋହରେ ସମ୍ମାନିତ ଅତିଥିଭାବେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ଅତିରିକ୍ତ ସଚିବ ସୌରେନ କୁମାର ରାଉତରାୟ, ନିମାପଡ଼ା ଏଏସି ଅଧ୍ଯକ୍ଷା ସସ୍ମିତା ସାହୁ, ଉପାଧ୍ଯକ୍ଷ ସନ୍ତୋଷ କୁମାର ଦାଶ, ଏମ୍‌ପି ପ୍ରତିନିଧୀ ମିନଲତା ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକରୀ ଚିନ୍ମୟ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅନାଥ ସାହୁଙ୍କ ସମେତ ବହୁ କାଉନସିଲର ଉପସ୍ଥିତ ଥିଲେ। ଏହି ଅବସରରେ ଏନ୍‌ଏସି ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *