ନିମାପଡ଼ା, (BT) ନିମାପଡ଼ା ହାଇ ସ୍କୁଲର ପୁରୁଣା କାମ୍ପସ ପରିସରରେ ନିମାପଡ଼ା ବ୍ଲକ୍ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ନିମାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ଉଦଘାଟନ କରିଥିଲେ। ୧୮୯ ଭିନ୍ନକ୍ଷମ ବ୍ୟକ୍ତିଏହି ଶିବିରରେ ଯୋଗଦେଇଥିଲେ। ଶିବରରେ ଯୋଗଦେଇଥିବା ବିଶେଷଜ୍ଞ ଡ଼ାକ୍ତରଙ୍କ ଦ୍ବାରା ଭିନ୍ନକ୍ଷମ ମାନଙ୍କ ଅବସ୍ଥାର ପରୀକ୍ଷାକରି ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲେ। ଶିବିରରେ ଅସ୍ଥିଶଲ୍ୟ ବାଧିତ ୧୦୯ ଜଣ ଭିନ୍ନକ୍ଷମ ବ୍ୟକ୍ତି, ଦୃଷ୍ଟି ବାଧିତ ୧୫ ଜଣ, ଶ୍ରବଣ ବାଧିତ ୨୯ ଜଣ, ମାନସିକ ଅନଗ୍ରସର ୨୦ଜଣ, ସ୍ନାୟୁ ବାଧିତ୧୬ ଜଣ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇଥିଲେ।। ଶିବିରକୁ ଆୟୋଜନକରିଥିଲେ ନିମାପଡ଼ା ପଞ୍ଚାୟତ ସମିତି ସହଯୋଗ କରିଥିଲେ ସ୍ଥାନୀୟ ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫାୟାର ଅର୍ଗାନାଇଜେସନ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ , ସାସଂଦ ପ୍ରତିନିଧି ପୁର୍ଣ୍ଣ ଚନ୍ଦ୍ର ଓଝା, ଏ.ବିଡ଼ିଓ ପ୍ରିୟଦର୍ଶନୀ ବରାଳ, ପୁରୀ ଡ଼ିଆଡ଼ିର ବର୍ଷା ମିଶ୍ର ପିଙ୍ଗଳାକ୍ଷୀଅର୍ଗାନାଇଜେସନର ସଂପାଦକ ଗଗନବିହାରୀ ଦାସ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜୟକ୍ରିଷ୍ଣା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଶିବରକୁ ପରିଚାଳନା କରିଥିଲେ, ରାକେଶ କୁମାର ରାଉତରାୟ ଓ ପଦ୍ମଲୋଚନ ମହାନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ଶିବିରରେ ୩୨ଟି ପଞ୍ଚାୟତରୁ ସରପଞ୍ଚ ସମିତିସଭ୍ୟ ଓ ପିିଇଓମାନେ ଉପସ୍ଥିତ ଥିଲେ।
ନିମାପଡ଼ା ବ୍ଲକ୍ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି।

















Leave a Reply