ନିମାପଡା, 5 ଜୁନ :- ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲରେ ପରିବେଶ ସୁରକ୍ଷା ସମ୍ପର୍କ ରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଦିବସ ପାଳନ ର ଉଦ୍ଦେଶ୍ୟ ହେଉଛି ପରିବେଶ ପ୍ରତି ଛାତ୍ର ଛାତ୍ରୀ ତଥା ଜନସାଧାରଣ ମାନଙ୍କର ମନରେ ସଚେତନତା ବୃଦ୍ଧି କରିବା।

କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ବୃକ୍ଷ ରୋପଣ ମାଧ୍ୟମରେ, ଯେଉଁଠି ବିଦ୍ୟାଳୟ ର ଅଧ୍ୟକ୍ଷ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ମିଶି ଏକାଧିକ ଗଛ ଲଗାଇ ସେଗୁଡିକ ର ଯତ୍ନ ନେବାକୁ ପ୍ରତିଜ୍ଞା ନେଇଥିଲେ। ବିଦ୍ୟାଳୟ ର ଅଧକ୍ଷ ଏମ.ଏମ. ହକ୍ ପୃଥିବୀକୁ ବଞ୍ଚାଇବା ପାଇଁ ପ୍ରତ୍ୟେକ ଲୋକ ଏକ ଗଛ ଲାଗାଇବା ଦାୟିତ୍ୱ ଗ୍ରହଣ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ର ସ୍କାଉଟ, ଗାଇଡ଼ ଛାତ୍ରଛାତ୍ରୀଗଣ, ଉପାଧ୍ୟକ୍ଷ ଶିକ୍ଷକ ଅମୁଲ୍ୟ ଶତପଥୀ, ସ୍କାଉଟ ଶିକ୍ଷକ ଶାରଦା ପ୍ରସନ୍ନ ବେହେରା, ବରିଷ୍ଠ ଶିକ୍ଷକ ସଦାଶିବ ଶତପଥୀ, ରାମଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତ ଥିଲେ l

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପ୍ରଦର୍ଶନୀ, ସ୍ଲୋଗାନ ଲେଖନ, ଓ ପ୍ରତିଯୋଗିତା ମାଧ୍ୟମରେ ପରିବେଶ ସଂରକ୍ଷଣ ବିଷୟରେ ନିଜ ମତ ଓ ସୃଜନଶୀଳତା ଦେଖାଇଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ପ୍ରତି ଗଭୀର ଭାବେ ଆଗ୍ରହ ଓ ଦାୟିତ୍ୱ ବୃଦ୍ଧି ପାଇଛି।


















Leave a Reply