ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ରାଷ୍ଟ୍ର ନିର୍ମାଣରେ ଶ୍ରମିକମାନଙ୍କ ଅବଦାନ ଅତୁଳନୀୟ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ

ନିମାପଡ଼ା,(BT) ନିମାପଡ଼ା ଶହିଦ ଭବନ ରେ ପୁରୀ ଜିଲ୍ଲାସ୍ଥରୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି।  ମୁଖ୍ୟ ଅତିଥିଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ  ରାଷ୍ଟ୍ର ନିର୍ମାଣରେ ଶ୍ରମିକମାନଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ସରକାର ବାର୍ଷିକ ୬୫୩ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏହି ସମାରୋହରେ ଜିଲ୍ଲାଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ  ଓମ ପ୍ରକାଶ ମିଶ୍ର,ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା  ସ୍ବାଗତ ଭାଷଣ ଦେଇଥିଲେ।  ଏହି ଅବସରରେ    ଶ୍ରମିକ କଲ୍ୟାଣ ବୋର୍ଡ ତରଫ ରୁ ୬୭୦ ଜଣ ହିତାଧିକାରୀଙ୍କୁ ଙ୍କୁ ଶିକ୍ଷା ସହାୟତା ବାବଦରେ ୬୦ ଲକ୍ଷ ୫୮ ହଜାର ୨ ଶହ ଟଙ୍କା, ବିବାହ ସହାୟତା ପାଇଁ ୧୧୭୩ ଜଣ ଙ୍କୁ ୫ କୋଟି ୮୬ ଲକ୍ଷ ଟଙ୍କା, ପ୍ରସୁତି ସହାୟତା ପାଇଁ ୭ ଜଣ ଙ୍କୁ ୭୦ ହଜାର ଟଙ୍କା, ମୃତ୍ୟୁ କାଳୀନ ସହାୟତା ପାଇଁ ୨୩୦ ଜଣ ଙ୍କୁ ୬ କୋଟି ୭୦ ଲକ୍ଷ ଟଙ୍କା ,ଅନ୍ତେଷ୍ଟି କ୍ରିୟା ପାଇଁ ୨୨୪ ଜଣ ଙ୍କ ପରିବାର କୁ ୧୧ଲକ୍ଷ ୨୨ ହଜାର ଟଙ୍କା (ସର୍ବମୋଟ ୨୩୦୪ ଜଣ ହିତାଧିକାରୀଙ୍କୁ ୧୩କୋଟି ୨୮ ଲକ୍ଷ ୫୦ ହଜାର ୨ଶହ ଟଙ୍କା ର ସହାୟତା ରାଶି) ପ୍ରଦାନ କରିବା ଲାଗି ଘୋଷଣା କରାଗଲା । ଏବଂ ୩୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକରଣ ନିମନ୍ତେ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।ସେହିପରି ଅଣ ସଂଗଠିତ ଶ୍ରମିକ ବୋର୍ଡ ତରଫ ରୁ ୩ ଜଣ ହିତାଧକାରୀଙ୍କ ଦେହାନ୍ତ ପାଇଁ ୬ ଲକ୍ଷ ଟଙ୍କା ତାଙ୍କର ପରିବାର କୁ ପ୍ରଦାନ କରିବା ଲାଗି ଘୋଷଣା କରାଗଲା। ଏଥିସହ ୭୫ ଜଣ ଅଣସଂଗଠିତ ଶ୍ରମିକ ଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। ଶ୍ରମ ଆୟୁ୍କ୍ତ ଚୈାଧୁରୀ ସୁବ୍ରତ କୁମାର ଜେନା ଧନ୍ୟବାଦ ଦେଇଥିଲେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ଜିଲ୍ଲା ଶ୍ରମ ଅଧିକାରୀ ପ୍ରଜ୍ଞା ପାରମିତା ସାହୁ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *