ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପିଙ୍ଗଳାକ୍ଷି ପବ୍ଲିକ ୱେଲଫେୟାର୍ ଅର୍ଗାନାଇଜେସନ୍ ଦ୍ୱାରା ବଢ଼ତେ କଦମ୍ ଏକ ଦିବସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି

ପିଙ୍ଗଳାକ୍ଷି ପବ୍ଲିକ ୱେଲଫେୟାର୍ ଅର୍ଗାନାଇଜେସନ୍ ଦ୍ୱାରା ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅଧୀନରେ ଥିବା ନେସନାଲ ଟ୍ରଷ୍ଟର ସହାୟତାରେ ବଢ଼ତେ କଦମ୍ ଏକ ଦିବସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ପ୍ରିୟଦର୍ଶିନୀ ବରାଳ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ନିମାପଡ଼ା ଯୋଗ ଦେଇଥିଲେ, ତତ୍ ସହିତ ଶ୍ରୀମତୀ ମାଧବୀ ମହାପାତ୍ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ନିମାପଡ଼ା , ଶ୍ରୀଯୁକ୍ତ ଜୟକୃଷ୍ଣ ସ୍ୱାଇଁ, ମଣ୍ଡଳ ସମାଜ ସୁରକ୍ଷା ଅଧିକାରୀ ଯୋଗ ଦେଇଥିଲେ। ଏହି ସଭାରେ ଶ୍ରୀଯୁକ୍ତ ଗଗନ ବିହାରୀ ଦାସ, ସାଧାରଣ ସମ୍ପାଦକ ପି.ପି.ଡବ୍ଲୁ.ଓ ଅଧ୍ୟକ୍ଷତା କରିବା ସହିତ ନେସନାଲ ଟ୍ରଷ୍ଟ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ନିରାମୟ ସ୍ୱାସ୍ଥ୍ୟବୀମା ଯୋଜନା, ଲୋକାଲ ଲେଭେଲ୍ କମିଟି , ଦିଶା, ବିକାଶ ଓ ସମର୍ଥ୍ୟ ପରି ଯୋଜନା ଗୁଡ଼ିକ ବିଷୟରେ ଅଂଶଗ୍ରହଣ କାରି ମାନଙ୍କୁ ବୁଝାଇଥିଲେ। ଶ୍ରୀଯୁକ୍ତ ସ୍ୱାଇଁ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କପାଇଁ ଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରୁ ଅଙ୍ଗନୱାଡି କର୍ମୀ, ସ୍ଵତନ୍ତ୍ର ଶିକ୍ଷାରେ ତାଲିମ ନେଉଥିବା ପ୍ରଶିକ୍ଷର୍ଥି, ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଇତ୍ୟାଦି ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଅଂଶଗ୍ରହଣକାରୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ନିୟମାବଳୀ ଗୁଡ଼ିକ ପ୍ରଦାନ କରାଯିବ ସହ ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜନ୍ମେଜୟ ସ୍ୱାଇଁ, ମୌସୁମୀ ରାୟସିଂହ, ପ୍ରଜ୍ଞା ପରମିତା ପରିଡ଼ା, ପ୍ରିୟଙ୍କା ପ୍ରିୟଦର୍ଶିନୀ , ଅର୍ପନା ବଲ୍ଲଭ, ସନ୍ଧ୍ୟାସୁଧା ନାୟକ ଏବଂ ସୋନାଲି ଦାସ ଇତ୍ୟାଦି ପରିଚାଳନା କରିଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *