ନିମାପଡ଼ା(BT) ସ୍ଥାନୀୟ ଶୁଭମ ମଣ୍ଡପ ରେ ନାରୀ ମଙ୍ଗଳ ମହିଳା ସମିତି , ପୁରୀ ଜିଲ୍ଲା ପକ୍ଷରୁ ରାଜ୍ୟସ୍ତରୀୟ ଖାଉଟି ଙ୍କ ସୁରକ୍ଷା ଆଇନ ଓ ଆମର ଅଧିକାର ସଂପର୍କରେ ସଚେତନତା କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କୁ ସଚେତନତା କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ । ମହିଳାମାନେ ଘର ଚଳାଉଥିବାରୁ ବିଭିନ୍ନ ଘରକରଣା ଜିନିଷ ବଜାରରୁ କ୍ରୟ କରିଥାନ୍ତି ଏବଂ ବଜାରରୁ ସୁନା , ପେଟ୍ରୋଲ ଓ ଗ୍ୟାସ ଆଦି କଣିଥାନ୍ତି। ଏହିସବୁ ଜିନିଷ କିଣିବା ବେଳେ କିଭଳି ସତର୍କତା ଅବଲମ୍ୱନ କରିବେ ଓ ଠକାମିରେ ଶିକାର ଜେମିତି ହେବେ ନାହିଁ ସେବିଷୟରେ ଏହି କର୍ମଶାଳାରେ ବିଷେଜ୍ଞମାନେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଡ଼ିଜିଟାଲ ଯୁଗରେ ଡ଼ିଜିଟାଲ ଆରେଷ୍ଟକୁ ଗୁରୁତ୍ବ ନଦେବାକୁ ପରାମର୍ଶ ଦିଆଯାଇଥିଲା। ସାଇବର ଠକମାନଙ୍କଠାରୁ କିଭଳି ସୁରକ୍ଷିତ ରହିବେ ,ମାବାଇଲ ଫୋନରେ ଜଟିଳ ପାଶୱାର୍ଡ଼ ଦେବା ଏବଂସଦାବେଳେ ଫୋନକୁ ଲକ କରି ରଖିବାକୁ ପରାମର୍ଶ ଦିଆଯାଇଛି। ପ୍ୟାକେଟରେ ଥିବା ଜିନିଷ କିଣିଲା ବେଳେ ପଦାର୍ଥର ନାମ, ଓଜନର ସଠିକ ପରିମାଣ ,କେଉଁ ମାସରେ /ବର୍ଷରେ ଜିନିଷ ପ୍ରସ୍ତୁତ ହୋଇଛି, ଖୁଚୁରାମୂଲ୍ୟ, ପ୍ରସ୍ତୁତ କରିଥିବା ସଂସ୍ଥା ନାମ ଓ ଠିକଣା, ପଦାର୍ଥ କିଣିବା ବେଳ ରସିଦ ଦୋକାନି ଠାରୁ ନେବାକୁ ଧ୍ୟାନ ଦିଅନ୍ତୁ । ଏହି ଅବସରରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ଖାଉଟି ସୁରକ୍ଷା ଅଧିକାରକୁ ନେଇ ବକ୍ତତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୬ଜଣ ଶ୍ରେଷ୍ଠ କୃତି ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ଓ ପୁରଷ୍କାର ବିତରଣ କରାଯାଇଥିଲା। ନାରୀ ମଙ୍ଗଳ ସମତିର ଉପଦେଷ୍ଟା ପ୍ରକାଶ କୁମାର ରାଉତରାୟ କର୍ମଶାଳା ସଂପର୍କରେ ସୁଚନା ଦେଇଥିଲେ। ମୁଖ୍ୟ ଅତିଥିଭାବେ ନିମାପଡ଼ା ମାପଓଜନ ନିରୀକ୍ଷକ ସ୍ବପ୍ନେଶ୍ବରୀ ବେହେରା, ମୁଖ୍ୟ ବକ୍ତାଭାବେ ପ୍ରଦୀପ କୁମାର ଦତ୍ତ, ବରିଷ୍ଟ ଆଇନଜିବୀ ବ୍ରହ୍ମାନନ୍ଦ ପ୍ରଧାନ, ଟୁକୁନା ସାହୁ ଯୋଗଦେଇ ଖାଉଟିମାନଙ୍କ ଅଧିକାର ସଂପର୍କରେ ଆଲୋଚନା କରିଥିଲେ। କର୍ମଶାଳାକୁ ସଂଯୋଜନା କରିଥିଲେ ଗୁଣନିଧି ବରାଳ।
ରାଜ୍ୟସ୍ତରୀୟ ଖାଉଟି ସଚେତନତା ଓ କର୍ମଶାଳା

















Leave a Reply