ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ସବୁ ଯୋଜନାରୁ ବାଦ୍‌ ପଡ଼ିଥିଲେ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ଘର

ସବୁ ଯୋଜନାରୁ ବାଦ୍‌ ପଡ଼ିଥିଲେ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ଘର। ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ମୌସୁମୀ ପରେ ମିଳିବ ଅନ୍ତ୍ୟୋଦୟ ଘର। ସରକାରଙ୍କର ଘର ନେଇ ଯେତିକି ଯୋଜନା ରହିଛି, ଯଦି ସେ ସବୁ ଯୋଜନାରୁ ଆପଣମାନେ ବାଦ୍ ପଡିଥିବେ, ତାହାଲେ ଆପଣଙ୍କୁ ମିଳିବ ଅନ୍ୟୋଦୟ ଯୋଜନାରେ ଘର। ଏନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି। ଏବେ ଆହୁରି ତାଲିକା ପ୍ରସ୍ତୁତି ଚାଲିଛି। ୨ ମାସ ଭିତରେ ପ୍ରକ୍ରିୟା ସରିବ। ମୌସୁମୀ ପରେ ଦ୍ୱିତୀୟ ପର୍ଯ୍ୟାୟ ଘର ବଣ୍ଟନ ହେବ ବୋଲି କହିଛନ୍ତି ମନ୍ତ୍ରୀ।

ଏହାସହ ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ପିଏମ୍ ଆବାସ ଆବେଦନ ୩୦ରେ ସରିବ। ପିଏମ୍ ଆବାସ ଆବେଦନ ପାଇଁ ବାକି ରହିଲା ଆଇ ମାତ୍ର ୩ ଦିନ। ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷରୁ ଉର୍ଦ୍ଧ୍ୱ ଆବେଦନ ଆସି ସାରିଲାଣି। ଯେଉଁମାନେ ପଞ୍ଜୀକରଣ କରି ନାହାନ୍ତି ଅବଧି ଭିତରେ କରି ନିଅନ୍ତୁ ବୋଲି କହିଲେ ମନ୍ତ୍ରୀ ରବି ନାଏକ। ଏହାପରେ ସରକାର ସର୍ଭେ କରି ତଥ୍ୟ ସଂଗ୍ରହ କରିବେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *