୪ ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ସୁଜିତ୍ କୁମାର(ଭାଜପା), ସଂତୃପ୍ତ ମିଶ୍ର(ବିଜେଡି) ଏବଂ ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ବିଜୟୀ ହୋଇଛନ୍ତି । ବିଜୟ ପରେ ମଙ୍ଗଳବାର ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଦିଲ୍ଲୀପ।ଦର୍ଶନ ସାରି ଫେରିବା ପରେ ଦିଲ୍ଲୀପ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ଜିତିଛି। ଓଡ଼ିଶାବାସୀଙ୍କ ସେବା କରିବାକୁ ଶକ୍ତି, ସାହସ ଦେବାକୁ ଭିକ୍ଷା କଲି।କ୍ରସ ଭୋଟିଂ ହୋଇଛି, ତା’ ସହ ମୋ ପ୍ରତି ଭଲ ପାଇବା ଅଛି। ଭାଜପା ଓ ବିଜେଡି ବିଧାୟକଙ୍କ ସହ ମୋର ଭଲ ସମ୍ପର୍କ ଅଛି। ମାସେ, ୨ ମାସ ପୂର୍ବରୁ ମୁଁ ସମସ୍ତଙ୍କ ସହ କଥା ହୋଇଥିଲି। ୨୦୦୨ରେ ଗୋଟେ ସଂଖ୍ୟା ନ ଥିଲା, ଏବେ ୨୦ ଭାଜପା ବିଧାୟକ ସାହାଯ୍ୟ କଲେ। ଜିତିବା ପରେ କାଲି ଶୁଭେଚ୍ଛୁଙ୍କ ଘର ବୁଲିକି ଆସିଛି। ଆଜି ଗୋଟିଏ ଜାଗାରେ ସମସ୍ତଙ୍କୁ ଡାକି ଧନ୍ୟବାଦ ଜଣାଇବି।
ବିଜୟ ପରେ ମଙ୍ଗଳବାର ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଦିଲ୍ଲୀପ।

















Leave a Reply