ନିମାପଡା (BT)ଆଜି ନିମାପଡା ବ୍ଲକ ଅରିଷଣ୍ଢ ସମବାୟ ସମିତି ରେ ଗତ ୧୫ ଦିନ ହେଲା ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ହୋଇନଥିବା ଜାଣିବାକୁ ପାଇବା ପରେ ଜାଗ୍ରତ ଯୁବଶକ୍ତି ସଂଗଠନ ତରଫରୁ ନିମାପଡା ବ୍ଲକ ଅରିଷଣ୍ଢ ସମବାୟ ସମିତି ପରିଦର୍ଶନ କରି ଧାନ ଉଠାଣ ବ୍ୟବସ୍ଥା ଅନୁଧ୍ୟାନ କରିବା ସହିତ ଖରିପଡିଆ ଠାରେ ପହଂଚି ଗାଁ ର କିଛି ଚାଷୀ ମାନଙ୍କ ସହ ଆଲୋଚନା ଏବଂ ସମବାୟ ସମିତି ର ଭିତ୍ତିଭୂମି ତଦାରଖ କରାଯାଇଥିଲା । ଜଣା ପଡିଲା ଯେ ପ୍ରାଏ କିଛି ଜଣ ଚାଷୀ ଏ ପଯ୍ୟନ୍ତ ଟୋକନ୍ ପାଇ ନହାନ୍ତି। ଏହା ଜାଣିବା ପରେ ସଂଗଠନ ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ଦାସ ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରି ଅରିଷଣ୍ଢ ସମବାୟ ସମିତି ଅନ୍ତର୍ଗତ ଚାଷୀ ମାନଙ୍କ ଠାରୁ ଯେଭଳି ସଠିକ ଟାର୍ଗେଟ ରେ ଧାର୍ଯ୍ୟ ସମୟ ଭିତରେ ସମ୍ପୂର୍ଣ୍ଣ ଧାନ ଉଠାଣ କରାଯିବ ; ଯଥାଶୀଘ୍ର ତୁରନ୍ତ ବ୍ୟବସ୍ଥା କରିବାକୁ ଦାବି କରିଥିଲେ ।
ଚାଷୀ ଏ ପଯ୍ୟନ୍ତ ଟୋକନ୍ ପାଇ ନହାନ୍ତି ବିଭାଗୀୟ ଅଧିକାରୀ ଙ୍କୁ ଦାବି କରିଥିଲେ ଜାଗ୍ରତ ଯୁବଶକ୍ତି ସଂଗଠନ।

















Leave a Reply