ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ବାଣୀକ୍ଷେତ୍ର ଗ୍ରାମୀଣ ମୂର୍ତିକା ପରୀକ୍ଷା କେନ୍ଦ୍ର ତରଫରୁ ମୁର୍ତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ।

ଜଗତସିଂହପୁର(BT) ,ରାଢଙ୍ଗ ତା ୧୭/୦୨/୨୦୨୬ ରିଖ ଦିବା ୧୧ ଘଟିକା ସମୟରେ ମୂର୍ତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଥିଲା ।କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାର ଙ୍କର ଆର୍ଥିକ ସହାୟତା ରେ ସ୍ଥାନୀୟ ବାଣୀକ୍ଷେତ୍ର ମହିଳା କୃଷକ ଉତ୍ପାଦନ କମ୍ପାନୀ ଦ୍ୱାରା ସ୍ଥାପିତ ବାଣୀକ୍ଷେତ୍ର ଗ୍ରାମୀଣ ମୂର୍ତିକା ପରୀକ୍ଷା କେନ୍ଦ୍ର ତତଫରୁ ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାର ରଘନାଥପୁର, କୁଜଙ୍ଗ, ଏରସମା ଓ ତିର୍ତୋଲ ବ୍ଲକ ରୁ ୩୦୦୦ କୃଷକ ଙ୍କ ଖେତ୍ର ରୁ କୃଷକ ସାଥୀ ମାନଙ୍କ ଦ୍ୱାରା ମାଟି ନମୁନା ସଂଗ୍ରହ କରାଯାଇ ଉକ୍ତ ପରୀକ୍ଷା କେନ୍ଦ୍ର ରେ ମାଟି ପରୀକ୍ଷା କରାଯାଇ କୃଷକ ଭାଇ ଭଉଣୀ ମାନଙ୍କୁ ତାଙ୍କର ମୂର୍ତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯିବା ର ଶୁଭାରମ୍ଭ କରାଗଲା। ବାଣୀ କ୍ଷେତ୍ର ମହିଳା କୃଷକ ଉତ୍ପାଦକ କମ୍ପାନୀ ର ନିର୍ଦ୍ଦେଶିକା କାଦମ୍ବିନୀ ବେହେରା, ଶାନ୍ତିଲତା ଦ୍ୱିବେଦୀ ଓ କୃଷ୍ଣପ୍ରୀୟା ବିଶ୍ବାଳ ଙ୍କର ଆବାହକତ୍ୱ ରେ ଦକାଯାଇଥିବା ଏହି ସଭାରେ ରାଢ଼ଙ୍ଗ ଗ୍ରାମ ପଞଚାୟତର ସରପଂଚ ଶ୍ରୀ ସୁଶିଳ କୁମାର ବାରିକ ସଭାପତିତ୍ବ କରିଥିଲେ।ରାସାୟନିକ ସାର ପ୍ରୟୋଗ ଦ୍ଵାରା ମାଟି ମା ଆଜି ତାର ଅୟୀସ୍ଵରିକ ଗୁଣ ହରାଇ ସାରିଲାଣି। ମାଟିରେ କେଉଁ ଖାଦ୍ୟସାର କେତେ ପରିମାଣ ରେ ଅଛି ତାକୁ ଏହି ବ୍ୟବସ୍ଥା ରେ ଚାଷୀ ଭାଇ ମାନେ ଜାଣି ସେହି ଅନୁଯାୟୀ ଫସଲ ପାଇଁ ଖତ ସାର ର ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ କୁଳମଣି ବାରିକ ତାଙ୍କର ବକ୍ତବ୍ୟ ରଖିଥିଲେ। ଆଜି ଏହି ସଭାରେ ଚାଷୀ ଭାଇ ମାନଙ୍କୁ ଦିଆଯାଉଥିବା ତାଙ୍କର ମୂର୍ତିକା ସ୍ୱାସ୍ଥ୍ୟ କାର୍ଡ ରେ ଲେଖାଯାଇଥିବା ପରାମର୍ଷ ଅନୁଯାଇ ଆଗାମୀ ଦିନରେ ଖତ ସାର ଜମିରେ ପକାଇବା ପାଇଁ ରଘୁନାଥପୁର ବ୍ଲକ୍ କୃଷି ଅଧିକାରୀ ଆକାଂକ୍ଷା ପାଣିଗ୍ରାହୀ ତାଙ୍କର ବକ୍ତବ୍ୟ ରଖିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ର ଅଧିକାରୀ ସ୍ୱାଗତିକା ମିଶ୍ର ଓ ଅଜୟ କୁମାର ବେହେରା ଉପସ୍ଥିତ ଥିଲେ।ମହାବାତ୍ୟା ପରେ ଜଗତସିଂହପୁର ଜିଲ୍ଲା ରେ ଗାଇ ଗୋରୁ ମାନଙ୍କର ସଂଖ୍ୟା ବହୁତ କମି ଯାଇଛି। ଯାହାଫଳରେ ଗୋବର ଖତ ର ବ୍ୟବସ୍ଥା ଆଉ ହୋଇପାରୁ ନାହିଁ। ଏହାକୁ ଗୁରୁତ୍ଵ ଦେଇ କୃଷି ଓ କୃଷକ ପାଇଁ କାମ କରୁଥିବା ସଂଗଠନ ଲିଭ୍ ଆଣ୍ଡ ଲେଟ୍ ଲିଭ୍ (ଲାଲ୍) ପକ୍ଷରୁ ଏକ କମ୍ପୋଷ୍ଟ କରୁଥିବା ଯନ୍ତ୍ର ର ଡେମୋନ୍ଷ୍ଟସନ୍ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେଖା ଯାଇଥିଲା। ଏହି ସଭାରେ ରାଢ଼ଙ୍ଗ ଗ୍ରାମ ପଞ୍ଚାୟତ ର ଚାଷୀ ଭାଇ ସର୍ବଶ୍ରୀ ଶୁକଦେବ ଜେନା, ସନ୍ୟାସୀ ସାମଲ, ଶରତ ଚନ୍ଦ୍ର ରାଉତ, ଛନ୍ଦା ରାଣୀ ରାଉତ, ବସନ୍ତ କୁମାର ରାଉତ, ଆରତୀ ରାଉତରାୟ, ସୁଷମା ରାଉତ, ପ୍ରଶାନ୍ତ କୁମାର ଜେନା, ଭାସ୍କର ଚନ୍ଦ୍ର ଦାସ, ନିବାସ ରାଉତ, ମୋହନ ଜେନା, ପ୍ରମୋଦ କୁମାର ପାଲ୍ , ବିକ୍ରମ କେଶରୀ ରାଉତ ଓ ନିରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଲାଲ ସଂଗଠନ ର ସହ ସମ୍ପାଦକ ଶ୍ରୀ ଶୁଦ୍ଧି ରଂଜନ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *