ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ବତୀଙ୍କର ୨୦୨ତମ ଜୟନ୍ତୀ ପାଳିତ

ନିମାପଡା (BT)- ଆଜି ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡା ରେ ସ୍ୱାମୀ ଦୟାନନ୍ଦ ସରସ୍ବତୀଙ୍କର ୨୦୨ତମ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟ ପ୍ରାଙ୍ଗଣରେ ପଣ୍ଡିତ ସଦାଶିବ ଶତପଥି ଙ୍କ ତତ୍ବାବଧାରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା l ଏହି ଯଜ୍ଞରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ l ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ ହକଙ୍କ ଅଧ୍ୟକ୍ଷତାରେ ସ୍ୱାମୀ ଦୟାନନ୍ଦ ସରସ୍ବତୀଙ୍କର ଜୟନ୍ତୀ ଉତ୍ସବ ପାଳନ ହୋଇଥିଲା l ପ୍ରିନସିପାଲ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଦୟାନନ୍ଦ ସରସ୍ବତୀଙ୍କର ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l ସଂଗୀତ ଶିକ୍ଷକ ପୀତବାସ ନାୟକ ଏବଂ ଛାତ୍ରଛାତ୍ରୀ ପ୍ରାରମ୍ଭ ସଂଗୀତ ଗାନ କରିଥିଲେ l ଶିକ୍ଷୟିତ୍ରୀ ବାଗେଶ୍ବରୀ ଦାଶ ତାଙ୍କର ବକ୍ତବ୍ୟ ମାଧ୍ୟମରେ ଦୟାନନ୍ଦ ସରସ୍ବତୀଙ୍କର ଦଶଟି ନୀତି ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଥିଲେ l ସେ ମାନବ ଜାତିର ସେବା ନିମନ୍ତେ ନିଜକୁ ଉତ୍ସର୍ଗ କରିଥିଲେ ବୋଲି ପ୍ରକାଶ କରିଥିଲେ l ପ୍ରିନସିପାଲ ତାଙ୍କର ଓଜସ୍ୱିନୀ ବକ୍ତବ୍ୟ ମାଧ୍ୟମରେ ଦୟାନନ୍ଦ ସାରସ୍ବତୀଙ୍କର ଗୁଣାବଳୀ ବର୍ଣ୍ଣନା କରିଥିଲେ l ସେ ଏକ ସୁଦୃଢ ମାନବ ସମାଜ ଗଠନ କରିବାର ପ୍ରୟାସ କରିଥିଲେ l ଚାରି ବେଦ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ପବିତ୍ର ଦିବସ ଅବସରରେ ପ୍ରିନସିପାଲ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ଉତ୍ସବରେ ଆଶୀର୍ବାଦ ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରନ୍ତୁ ଏବଂ ନୀରୋଗ ରୁହନ୍ତୁ l ସମସ୍ତ ଛାତ୍ରଛାତ୍ରୀ ପ୍ରସାଦ ସେବନ କରିଥିଲେ l ସର୍ବ ଶେଷରେ ଶିକ୍ଷକ ସଦାଶିବ ଶତପଥି ଛାତ୍ରଛାତ୍ରୀ, ଶିକ୍ଷକ- ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ ଜରିଥିଲେ l

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *