ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ା ରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ନିମାପଡ଼ା, (BT) ଆଜି ପୂର୍ଣ୍ଣେଶ୍ବରୀ  ମଣ୍ଡପ ସମ୍ମୁଖ ପଡ଼ିଆରେ ବିଶାଳ ହିନ୍ଦୁ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି।  ରାଷ୍ଟ୍ରିୟ ସ୍ବୟଂସେବକ  ସଂଘର ସଂଚାଳକ ଅମୂଲ୍ୟ ପ୍ରସାଦ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀରେ  ବହୁ ସାଧୁସନ୍ଥ, ମହନ୍ତ ମାନେ ଯୋଗଦେଇ ହିନ୍ଦୁ ଆମ ର ଧର୍ମ ସମ୍ପ୍ରତି ଦେଶ ଆମର ସମ୍ପତି ଓ ସ୍ବାଭିମାନ। ସାଧୁସନ୍ଥମାନେ  ହିନ୍ଦୁମାନଙ୍କ   ଏକାଠି ରହିବାକୁ ଆହ୍ପାନ ଦେଇଥିଲେ।।  ବିଦେଶୀ ଶକ୍ତି ମାନେ ଭାରତକୁ  ଭାଙ୍ଗିବାକୁ  ଉଦ୍ୟମ ଜାରି ରହିଛି ଏହାକୁ   ପ୍ରତ୍ୟେକ ହିନ୍ଦୁ  ଏହାର ପ୍ରତିହିତ କରିବାସହ ଜାଗ୍ରତ ରହିବାକୁ ପରାମର୍ଶ ଦେଇଥିଲେ। ଏହି ହିନ୍ଦୁ ସମ୍ମିଳନୀରେ ବିଶ୍ବହିନ୍ଦୁ ପରିଷଦର ବ୍ଲକ ସଂଯୋଜକ  ଶ୍ରୀମନ୍ତ ଶେଖର ରଥ, ସଂଯୋଜନରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ବକ୍ତାରୁପେ  ସାକ୍ଷୀଗୋପାଳ  ଗେଶାଳାର ପ୍ରମୁଖ ପ୍ରଭାତ କୁମାର ମହାପାତ୍ର,   ଗ୍ରାମ୍ୟ ସେବା ବିଭାଗର ସଂପାଦକ  କୈଳାସ ଚନ୍ଦ୍ର ମହାପାତ୍ର ସମ୍ମାନ୍ନିତ ଅତିଥିଭାବେ  ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସହ ସଂପାଦକ ଉମାଶଙ୍କର ଆଚାର୍ଯ୍ୟ, ଖଣ୍ଡ କାର୍ଯ୍ୟ ନିର୍ବାହକ ଭାଗୀରଥି ଓଝା, ରଜଂନ ନାୟକ, ପ୍ରେମାନନ୍ଦ ପାତ୍ର, ମଠ ମହନ୍ତ ଜଗନ୍ନାଥ ଦାସ, ଲିଙ୍ଗରାଜ ଦାସ ଏବଂ ଜ୍ୟୋତି ରଂଜନ ଛୋଟରାୟ ଯୋଗଦେଇ ଥିଲେ।। ଏହି ଅବସରରେ ପ୍ରାତଃ ରେ ହରିହାଟ ପରେ ନଗର କୀର୍ତ୍ତନ କରାଯାଇଥିଲା । ସମ୍ମିଳନୀ ଅବସରରେ  ପୁରୁଣା ବସଷ୍ଟାଣ୍ଡ ର ମହାବୀର ମନ୍ଦିର ଠାରୁ ପୁର୍ଣ୍ଣେଶ୍ବରୀ  ମନ୍ଦିର ପର୍ଯ୍ୟନ୍ତ ନଗର କୀର୍ତ୍ତନ ସହ ବିଶାଳ  ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *