ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

୩୩ ତମ ରାଜ୍ୟସ୍ତରୀୟ ଶାରଳା କପ କ୍ରିକେଟ ମ୍ଯାଚ ପାଇଁ ପ୍ରସ୍ତୁତି

ଅସ୍ତରଙ୍ଗ :ଚଳିତ ବର୍ଷ ଅସ୍ତରଙ୍ଗ ରେ ହେବାକୁ ଥିବା ୩୩ ତମ ରାଜ୍ୟସ୍ତରୀୟ ଶାରଳା କପ କ୍ରିକେଟ ମ୍ଯାଚ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାଲିଛି | ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି କ୍ରିକେଟ ମ୍ଯାଚ କୁ ରାଜ୍ୟର ଏକ ସ୍ବତନ୍ତ୍ର ଧରଣର କ୍ରିକେଟ ମ୍ଯାଚ ଆୟୋଜନ କରିବା ପାଇଁ ଶାରଳା ସ୍ପୋର୍ଟିଂ କ୍ଲବସମସ୍ତ କାର୍ଯ୍ୟ ହାତକୁ ନେଇଛି | ଚଳିତ ବର୍ଷ କ୍ରିକେଟ ପ୍ରେମୀ ଏବଂ କ୍ରିକେଟ ଖେଳାଳି ଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ଟଙ୍କାର ବର୍ଷା କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି | ଏହି ରାଜ୍ୟସ୍ତରୀୟ କ୍ରିକେଟ ମ୍ଯାଚ ରେ ମୋଟ ଆଠଟି ଦଳ ମ୍ଯାଚ ଖେଳିବେ ,କ୍ବାଟର ଖେଳୁଥିବା ଦଳ ମଧ୍ୟରେ ମ୍ଯାଚ ରେ ରନର୍ସ ହେଉଥିବା କ୍ରିକେଟ ଦଳ କୁ ୫୦୦୦ ଟଙ୍କା ପ୍ରଦାନ କରାଯିବା ସହିତ ସେମି ଖେଳୁଥିବା ରନର୍ସ ଦଳ କୁ ୧୦,୦୦୦ ଟଙ୍କା ର ଆର୍ଥିକ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି | ଏହି ଆର୍ଥିକ ରାଶି କୁ ଶାରଳା ସ୍ପୋର୍ଟିଂ କ୍ଲବ ର ଫାଉଣ୍ଡର ନଟ କିଶ୍ଵର ମହାନ୍ତି ପ୍ରଦାନ କରିବେ | ସେହିଭଳି ଫାଇନାଲ ମ୍ଯାଚ ରେ ବିଜୟୀ ଦଳ କୁ ଅନୁଷ୍ଠାନ ପକ୍ଷରୁ ୩୫,୦୦୧ ଟଙ୍କା ପ୍ରଦାନ କରାଯିବା ସହିତ ରନର୍ସ ହୋଇଥିବା ଦଳକୁ ୨୫,୦୦୧ ଟଙ୍କା ପ୍ରଦାନ କରାଯିବ ଓ ପ୍ରତେକଦିନ ଖେଳର ମ୍ୟାନ ଅଫ ଦି ମ୍ଯାଚ ପାଇଁ ୨୦୦୦ ଟଙ୍କା ପ୍ରଦାନ କରାଯିବା ସହିତ ପ୍ରତି ଏକ ରନ କୁ ୧୦ ଟଙ୍କା ,ପ୍ରତି ଦୁଇ ରନ କୁ ୨୦ ଟଙ୍କା ,ପ୍ରତି ତିନି ରନ କୁ ୩୦ ଟଙ୍କା ,ପ୍ରତି ୪ ରନ କୁ ୫୦ ଟଙ୍କା ଏବଂ ପ୍ରତି ଛକା କୁ ୨୦୦ ଟଙ୍କା ରହିଥିବା ବେଳେ ପ୍ରତି ୱିକେଟ କୁ ୫୦ ଟଙ୍କା ରହିଛି | ମ୍ଯାଚ ରେ ଯଦି କୌଣସି ବ୍ୟାଟ୍ସ ମ୍ୟାନ ଏକ ଶତ ରନ କରନ୍ତି ସେହି ବ୍ୟାଟ୍ସ ଙ୍କୁ ମା ମଙ୍ଗଳା ଗୋଖାଦ୍ୟ ଭଣ୍ଡାର ପକ୍ଷରୁ ଗୋଟିଏ ଏଲଇଡ଼ି ଟିଭି ପ୍ରଦାନ କରାଯିବା ପାଇଁ ଏହି ପ୍ରତିଷ୍ଠାନ ର ମାଲିକ ସୁଦୀପ୍ତ ରାଉତ ଘୋଷଣା କରିଛନ୍ତି | ଏହାସହିତ ଶାରଳା ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଏହି ଶାରଳା କପ ରେ ସମସ୍ତ ମ୍ଯାଚ ଟି – ୨୦ ଫର୍ମାର୍ଟ ରେ ଖେଳା ଜୀବ | ଏହି କ୍ରିକେଟ ପଡିଆରେ ଦର୍ଶକ ଙ୍କ ମନୋରଂଜନ ପାଇଁ ଡାନ୍ସ ଅମ୍ପେୟାର ସହିତ ଚିଅର ଗ୍ୟାର୍ଲ ର ବ୍ୟବସ୍ଥା ରହିଛି | ଚଳିତ ବର୍ଷ ଏହି ମ୍ଯାଚ ରେ ଏଲଇଡ଼ି ସ୍କ୍ରିନ ରେ ଥାର୍ଡ ଅମ୍ପେୟାର ର ସୁବିଧା ଉପଲବ୍ଧ ହେବାର ବେବସ୍ଥା ରହିବ |ଏହି ରାଜ୍ୟସ୍ତରୀୟ ଶାରଳା କପ କ୍ରିକେଟ ଆୟୋଜନ କରୁଥିବା ଶାରଳା ସ୍ପୋର୍ଟିଂ କ୍ଲବ ପକ୍ଷରୁ ଆଜି ଏକ ପ୍ରେସ ମିଟ ଡକାଯାଇ କ୍ଲବ ର ସଭାପତି ଯୁଗଳ କିଶୋର ମହାନ୍ତି ଏହି ସୂଚନା ଦେଇଛନ୍ତି | ଆଜିର ପ୍ରେସ ମିଟ ରେ ଅନ୍ୟ ମାନଙ୍କ ସହିତ ଉପ ସଭାପତି ପ୍ରକାଶ ଚନ୍ଦ୍ର ବେହେରା ,ସମ୍ପାଦକ ସନ୍ତୋଷ କୁମାର କାଣ୍ଡି ,ସହସମ୍ପାଦକ ମନୋଜ ଛାଟୋଇ ,କୋଷାଧ୍ୟକ୍ଷ ଦ୍ରୁପଦ କୁମାର ଭୋଳ ,ଊପଦେଷ୍ଠା ହୃଷୀକେଶ ଛାଟୋଇ ,ମିଡିଆସେଲ ସମ୍ପାଦକ ପ୍ରକାଶ ନାୟକ ,ସଂଯୋଜକ ଦୁର୍ଗାଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ |

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *