ବିଦ୍ୟୁତ ବିତରଣକାରୀ କମ୍ପାନୀ ଟାଟା ପାୱାର ର ସ୍ୱେଛାଚାରିତା ଏବଂ ଗ୍ରାହକ ମାରଣ ନୀତି କୁ ବିରୋଧ କରି ଆଜି “ଜାଗ୍ରତ ଯୁବଶକ୍ତି” ସଂଗଠନ ତରଫରୁ ନିମାପଡ଼ା ତହସିଲ କାର୍ଯ୍ୟାଳୟ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଓଇଆରସି ଅଧ୍ୟକ୍ଷ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଗଲା । ସ୍ମାର୍ଟ୍ ପ୍ରିପେଡ଼ ମିଟର ପ୍ରତ୍ୟାହାର କରିବା, ଅତିରିକ୍ତ ସୁରକ୍ଷା ଜମା ରାଶି ପୈଠ ନୋଟିସ ରଦ୍ଦ କରାଯିବା, ୮ ବର୍ଷ ଧରି ଭାରତବର୍ଷ ରେ ନିର୍ଦ୍ଧାରିତ ବିଦ୍ୟୁତ ଦର ଠାରୁ ଓଡ଼ିଶା ଗ୍ରାହକ ମାନଙ୍କ ଠାରୁ ୟୁନିଟ ପିଛା ଅଧିକ ୨୪ ପଇସା ହିସାବରେ ନେଇଥିବା ୬୧୧୦ କୋଟି ଟଙ୍କା ସୁଧ ମୂଳ ସହ ବିଦ୍ୟୁତ ଗ୍ରାହକ ଙ୍କୁ ଫେରାଇବା, ବିଦ୍ୟୁତ ଯୋଗାଣ ସମ୍ବନ୍ଧୀୟ ଅଭିଯୋଗ,ବିବାଦ ର ଶୁଣାଣି ପାଇଁ ପୁରୀ ଜିଲ୍ଲାରେ ତଥା ନିମାପଡ଼ା ରେ ଯଥା ଶୀଘ୍ର ଇଲେକ୍ଟ୍ରିକାଲ୍ ଇନସ୍ପେକ୍ଟର ଙ୍କ କାର୍ଯ୍ୟାଳୟ ଖୋଲାଯିବା, ସରଳ ଶବ୍ଦରେ ସଂପୂର୍ଣ୍ଣ ଓଡ଼ିଆ ଭାଷାରେ ବିଦ୍ୟୁତ ବିଲ୍ ପ୍ରଦାନ କରିବା ତଥା ବିଦ୍ୟୁତ ଯୋଗାଣ, ସରବରାହ କ୍ଷେତ୍ରରେ ଘରୋଇ କରଣ ବନ୍ଦ କରି ସଂପୂର୍ଣ୍ଣ ସରକାରୀ ନିୟନ୍ତ୍ରଣାଧୀନ କରିବା ଭଳି ଦାବି ନେଇ ଆଜି ଜାଗ୍ରତ ଯୁବଶକ୍ତି ସଂଗଠନ ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ ଙ୍କ ନେତୃତ୍ୱରେ ବିଜୟାନନ୍ଦ ଦାସ, ଅଜୟ କୁମାର ମିଶ୍ର, ଅଜୟ କୁମାର ପଣ୍ଡା, ଆର୍ତ୍ତବନ୍ଧୁ ସେନାପତି, ଶୈଳେନ୍ଦ୍ର ରଥ, ଦଣ୍ଡପାଣି ସାହୁ, କାଳିପ୍ରସନ୍ନ ଦାଶ, ସୁନିଲ କୁମାର ଦାଶ, ଅଭିଜିତ ବେହେରା, ଆୟୁଷ ସାହୁ, ଶୁଭମ୍ ବେହେରା, କୃଷ୍ଣ ମୋହନ ବେହେରା, ସ୍ମୃତି ରଞ୍ଜନ ଓଝା ଙ୍କ ସମେତ ଶତାଧିକ ବିଦ୍ୟୁତ ଉପଭୋକ୍ତା ଏକାଠି ହୋଇ ଟାଟା ପାୱାର ର ଗ୍ରାହକ ଶୋଷଣ ନୀତି ପ୍ରତିବାଦ କରି ଏହାକୁ ବନ୍ଦ କରିବାକୁ ରାଜ୍ୟ ସରକାର ଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ ।
ବିଦ୍ୟୁତ ବିତରଣକାରୀ କମ୍ପାନୀ ଟାଟା ପାୱାରକୁ ବିରୋଧ

















Leave a Reply