ଆଜି ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଧାନ କୁଇଣ୍ଟାଲ୍ ₹୫୦୦୦/- ଟଙ୍କା କୁ ବୃଦ୍ଧି କରିବା, ପ୍ରତି ଚାଷୀ ପରିବାର କୁ ମାସିକ ₹୧୦,୦୦୦/- ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ, ଚାଷ ଜମି କୁ ମାଗଣା ବିଜୁଳି, ୧୦୦% ଜଳସେଚନ, ଫସଲ ହାନି ଜନିତ କ୍ଷୟକ୍ଷତି ର ବର୍ଦ୍ଧିତ କ୍ଷତିପୂରଣ ରାଶି ବୃଦ୍ଧି, କାଟ ମୁକ୍ତ ଧାନ ଉଠାଣ ବ୍ୟବସ୍ଥା ଲାଗୁ କରିବା ଭଳି ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଙ୍କ ନେତୃତ୍ୱ ରେ ଓଡ଼ିଶା ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବୀ ପ୍ରସାଦ ମହାରଣା, ଯୁବ ଛାତ୍ର ସଂଯୋଜକ ମନୱର ଅଲ୍ଲୀ, ନିମାପଡା ବ୍ଲକ୍ ସଂଯୋଜକ ରଞ୍ଜିତ ପଟ୍ଟନାୟକ, ଈଶ୍ୱର ଚନ୍ଦ୍ର ପ୍ରଧାନ ପ୍ରମୁଖ ଙ୍କ ନେତୃତ୍ବ ରେ ପୁରୀ ଜିଲ୍ଲାର ସମସ୍ତ ୧୧ ବ୍ଲକ୍ ରୁ ପ୍ରାୟ ୧୦,୦୦୦ ରୁ ଉର୍ଦ୍ଧ୍ବ ଚାଷୀ ଏକତ୍ରିତ ହୋଇ ଚାଷ କୁ ଉଚିତ୍ ପ୍ରାଇସ, ଚାଷୀ କୁ ପ୍ରେଷ୍ଟିଜ ଏବଂ ପେନସନ ବ୍ୟବସ୍ଥା ତୁରନ୍ତ ଲାଗୁ କରିବାକୁ ରାଜ୍ୟ ସରକାର ଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ଏହି ଭଳି ଚାଷୀ ସମାବେଶ କରାଯାଇ ରାଜ୍ୟ ସରକାର ଙ୍କୁ ଚାଷୀ ସମସ୍ୟା ସମାଧାନ ଦିଗରେ ଦାବିପତ୍ର ପ୍ରଦାନ କରାଯିବାର ନିଷ୍ପତ୍ତି ହୋଇଛି ବୋଲି ନବ ନିର୍ମାଣ କୃଷକ ସଂଗଠନ ସୂତ୍ରରୁ ଖବର ମିଳିଛି ।
ନବ ନିର୍ମାଣ କୃଷକ ସଂଗଠନ ତରଫରୁ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା

















Leave a Reply