ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ା ମୁଖ୍ୟ କେନାଲ ରାସ୍ତା ର ଯଥାଶୀଘ୍ର ଉନ୍ନତିକରଣ କରାଯିବା ଲାଗି ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ନିମାପଡ଼ା ପିପିଲି ମୁଖ୍ୟ ରାସ୍ତା ଜୟଗୁରୁ ଆଶ୍ରମ ଠାରୁ ଗଡଅଂଢିଆ, ଗୁହାଳପଡ଼ା, ଭୁବନପୁର ଗ୍ରାମ ଦେଇ ପାଟପୁର ମୁସଲିମ ବସ୍ତି ପର୍ଯ୍ୟନ୍ତ ଦୀର୍ଘ ଦିନ ଧରି ବିପର୍ଯ୍ୟସ୍ତ ହୋଇ ରହିଥିବା ନିମାପଡ଼ା ମୁଖ୍ୟ କେନାଲ ରାସ୍ତା ର ଯଥାଶୀଘ୍ର ଉନ୍ନତିକରଣ କରାଯିବା ଲାଗି “ଜାଗ୍ରତ ଯୁବଶକ୍ତି” ସଂଗଠନ ତରଫରୁ ନିମାପଡ଼ା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ନିମାପଡ଼ା ପୁରୁଣା ବସଷ୍ଟାଣ୍ଡ ଠାରୁ ନିମାପଡ଼ା କଲେଜ୍, ନିମାପଡା କୋର୍ଟ, ସରସ୍ଵତୀ ଶିଶୁ ମନ୍ଦିର ସମେତ ବହୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ,ବ୍ୟବସାୟିକ ପ୍ରତିଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର କୁ ସଂଯୋଗ କରୁଥିବା ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟହ ହଜାର ହଜାର ଛାତ୍ରଛାତ୍ରୀ, ସାଧାରଣ ଲୋକ ଏହି ରାସ୍ତା ଦେଇ ଯାତାୟାତ କରନ୍ତି । ଜନସାଧାରଣ ଙ୍କ ସାମଗ୍ରିକ ସ୍ବାର୍ଥ ସାଧନ ଦୃଷ୍ଟିରୁ ଏହି କେନାଲ ବନ୍ଧ ରାସ୍ତାର ଯଥାଶୀଘ୍ର ଉନ୍ନତିକରଣ ଲାଗି ପଦକ୍ଷେପ ନେବାଲାଗି ଜାଗ୍ରତ ଯୁବଶକ୍ତି ସଂଗଠନ ସଂଯୋଜକ ସମୀର ରଞ୍ଜନ ରାଉତରାୟ, ଆବାହକ ଆଦର୍ଶ ଦାଶ, ବିଜୟାନନ୍ଦ ଦାସ,ବିଶ୍ୱଜିତ୍ ବେହେରା, ଅଜୟ କୁମାର ମିଶ୍ର, ଦଣ୍ଡପାଣି ସାହୁ, ଦେବାଶିଷ ଦାଶ, ଅଭିଜିତ ବେହେରା, ସ୍ମୃତି ରଞ୍ଜନ ଓଝା, ଶୁଭମ୍ ବେହେରା, ଆୟୁଷ ସାହୁ,ଅନୁକୂଳ ସ୍ବାଇଁ, କୃଷ୍ଣ ମୋହନ ବେହେରା ପ୍ରମୁଖ ଉପସ୍ଥିତ ରହି ରହି ରାସ୍ତା କାର୍ଯ୍ୟ ଯଥାଶୀଘ୍ର ତ୍ଵରାନିତ କରିବାକୁ ଦାବି ଉପସ୍ଥାପନ କରିଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *