ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଲିଟିଲ ଷ୍ଟାର ଗ୍ରୁପ ର ପାଠ ମଉଜ କାର୍ଯ୍ୟକ୍ରମ “ଆମର ସ୍ବପ୍ନ ସୁଦୂର ପ୍ରସାରି ହେଉ”

ନିମାପଡା -ଆମେ ଆମର ଜୀବନ ରେ ବଡ ହେବାକୁ ହେଲେ ଓ ଆମର ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ହେଲେ ଆମ ମାନଙ୍କ ସ୍ବପ୍ନ କୁ ବଡ କରି ସୁଦୂର ପ୍ରସାରି କରିବାକୁ ହେବ ବୋଲି ଅଗ୍ରଣୀ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ର ୨୧ତମ ପାଠ ମଉଜ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅବସରରେ ମତ ପ୍ରକାଶ ପାଇଛି.ଆଜି ଗ୍ରୁପ ର ସମ୍ପାଦକ ସୁମନ୍ତ ମହାରଣା ଙ୍କ ସଂଯୋଜନା ରେ ବାବା କପିଳେଶ୍ୱର ଙ୍କ ପିଠ ଠାରେ ଆୟୋଜିତ ସମାରୋହରେ ଶିକ୍ଷାବିତ ଡ଼.ପ୍ରଣବ ସ୍ୱାଇଁ,ରବିନ୍ଦ୍ର ନାଥ ପାଢ଼ୀ,ପ୍ରକାଶ ଖଟୋଇ,ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ,ପୂର୍ଣ୍ଣ ଚଦ୍ର ରାଉତ,କ୍ରୀଡାବିତ ନିର୍ମଳ ମିଶ୍ର,ଶିକ୍ଷୟିତ୍ରୀ ସୌଭାଗିନୀ ମିଶ୍ର,ସଂଯୁକ୍ତା ମହାନ୍ତି,ଗୌରୀ ପ୍ରିୟା ନନ୍ଦ,କବି କାଳିକିଙ୍କର,ନିମାପଡା ପ୍ରେସ କ୍ଲବ ର ସଭାପତି ଅକ୍ଷୟ ବେହେରା ପ୍ରମୁଖ ଯୋଗ ଦେଇ ସମ୍ବରଧିତ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ.ପ୍ରତିଟି ପିଲାମାନେ ନିଜ ଅଭିଭାଷଣ ରେ ସେମାନଙ୍କ ଭବିଷ୍ୟତ ଲକ୍ଷ୍ୟ ବିଷୟରେ କହିଥିଲେ.ଏହି ଅବସରରେ ଚଳିତ ଦଶମ ଶ୍ରେଣୀ ର ତିରିଶ ଜଣ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା.କାର୍ଯ୍ୟକ୍ରମ ରେ ବହୁ ଆଗ୍ରହୀ ବିଦ୍ୟାଥୀ ଙ୍କ ସମେତ ସେମାନଙ୍କ ଅଭିଭାବକ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ.ଗ୍ରୁପ ପକ୍ଷରୁ ଅଜୟ ମିଶ୍ର,ଅମିୟ ମିଶ୍ର,ଧର୍ମପଦ ଦାସ,ନିରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *