ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଅନନ୍ୟ ପ୍ରତିଭା ସମ୍ପନ୍ନ କ୍ରୀଡ଼ାବିତ ହେବାର ଲକ୍ଷ୍ୟ

ଅନନ୍ୟ ପ୍ରତିଭା ସମ୍ପନ୍ନ କ୍ରୀଡ଼ାବିତ ହେବାର ଲକ୍ଷ୍ୟ

ଆଜିର ସମାଜରେ ପ୍ରତ୍ୟେକ ମଣିଷ ନିଜକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ସହିତ ପ୍ରତିଷ୍ଠିତ କରାଇବା ପାଇଁ ଚେଷ୍ଟା କରୁଛି,ତନ୍ମଧ୍ୟରୁ କ୍ରୀଡ଼ା ଜଗତର ଅନେକ ପ୍ରକାରର କ୍ରୀଡ଼ା ମଧ୍ୟରୁ କ୍ରିକେଟକୁ ଯଥେଷ୍ଟ ପ୍ରାଥମିକତା ଦିଆଯାଉଅଛି।ବିଶ୍ଵର ଅନେକ କ୍ରିକେଟ ଖେଳୁଥିବା ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ ଯେଉଁଠି କ୍ରିକେଟ ସାରା ଭାରତବର୍ଷର ଛୋଟପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ଲୋକମାନଙ୍କଯାଏଁ ସମସ୍ତେ ପ୍ରାୟ ପାଗଳ କହିଲେ ଅତ୍ୟୁକ୍ତି ହେବନାହିଁ, ଏଥିପାଇଁ ବୋଧହୁଏ ଆମ ଦେଶରେ ୭/୮ବର୍ଷରୁ ପିଲାଟି କ୍ରିକେଟର ହେବା ପାଇଁ ଲକ୍ଷ୍ୟ ରଖି ପ୍ରସ୍ତୁତି ଆରମ୍ଭ କରିଦେଉଛି।
ବର୍ତ୍ତମାନର ଵ୍ୟସ୍ତ ବହୁଳ ଜୀବନ ଭିତରେ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ କରିଥିବା ପିଲାମାନଙ୍କ ଅଭିଭାବକମାନେ ଛୋଟ ବୟସରୁ ନିଜ ଘରେ ପିଲାଟିକୁ ସୁହାଇଲା ଭଳିଆ ନେଟ ପ୍ରାକଟିସ ଆରମ୍ଭ କରିଦେଉଛନ୍ତି।ପରବର୍ତ୍ତୀ ପର୍ଯ୍ୟାୟରେ ପିଲାଟିର ଆବଶ୍ୟକତା ଅନୁସାରେ ଯେ କୌଣସି ଏକ ଅନୁବନ୍ଧିତ ସଂସ୍ଥାର ସହାୟତା ନେଉଛନ୍ତି।
ପ୍ରତ୍ୟେକ ବିଦ୍ୟାଳୟରେ ହେଉବା ପଞ୍ଚାୟତମାନଙ୍କରେ ହେଉ ସବୁଠାରେ କ୍ରିକେଟ ପାଇଁ ଖେଳ ପଡିଆ ପ୍ରାୟତଃ ପ୍ରସ୍ତୁତ ଅଛି।ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ହେଲେ ବିଦ୍ୟାଳୟରୁ ପ୍ରଦର୍ଶନ ଭିତ୍ତିରେ ଯୋଗ୍ୟତା ଅର୍ଜନ କରିଥିବା ପିଲା ପରବର୍ତ୍ତୀ ପର୍ଯ୍ୟାୟରେ ଇଣ୍ଟର ସ୍କୁଲ ହେଉବା ଇଣ୍ଟର କଲେଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥାଏ।ଏହିଭଳି ଭାବେ ଇଣ୍ଟର ଡିଷ୍ଟ୍ରିକଟି ଏବଂ ବୟସ ଵର୍ଗ ଯଥା ଅଣ୍ଡର ୧୪,ଅଣ୍ଡର ୧୬ ,ଅଣ୍ଡର ୧୯ ଓ ଅଣ୍ଡର ୨୩ ର ପିଲାଙ୍କୁ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ଗୋଟିଏ କ୍ରୀଡା ବର୍ଷ ମଧ୍ୟରେ ଅନେକ ଜିଲ୍ଲାରେ ମ୍ୟାଚମାନ ସମ୍ପୂର୍ଣ୍ଣ କରି ବିଜେତା ଓ ଉପବିଜେତା ଦଳ ବାଛିବା ସହିତ ପ୍ରତ୍ୟେକ ମ୍ୟାଚରେ ଖେଳାଳିମାନଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ମଧ୍ଯ ଗୁରୁତ୍ୱ ଦେଇ ତନ୍ମଧ୍ୟରୁ ଶ୍ରେଷ୍ଠ ଖେଳାଳି ବାଛିଥାଏ,ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ କଳାହାଣ୍ଡି କପ ପାଇଁ ଯଥାର୍ଥ ପ୍ରମାଣିତ ହୁଏ।ଏହା ଜୁନିଅର ବର୍ଗର ପ୍ରତିଯୋଗିତାରେ ସୀମିତ ଅଟେ।

ଅୟସ୍କାନ୍ତ ମିଶ୍ର
କ୍ରୀଡ଼ା ସ୍ତମ୍ଭକାର

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *