ନିମାପଡା (27..06.25) ଆଜି ଡି ଏ ଭି ସ୍କୁଲ ପରିସରରେ ଛାତ୍ର ଛାତ୍ରୀଙ୍କ ଗହଣରେ ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷ ଏମ. ଏମ. ହକ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭରମ୍ଭ କରିଥିଲେ l ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ, ଭଜନ ସଂଗୀତ ଏବଂ ବକ୍ତୃତା ପରିବେଷଣ କରାଯାଇଥିଲା l ବିଦ୍ୟାଳୟର ଅଧ୍ୟକ୍ଷ ରଥଯାତ୍ରାର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ କହିଥିଲେ l ରଥଯାତ୍ରା ସମଗ୍ର ଉତ୍କଳର ଜାତୀୟ ପର୍ବ l ପ୍ରଭୁ ଜଗନ୍ନାଥଙ୍କ ପୂଜାପାଠ ଓ ଭୋଗ ଲାଗିଲା ପରେ ବିଦ୍ୟାଳୟର ଅଧ୍ୟକ୍ଷ ସମେତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଜଗନ୍ନାଥଙ୍କ ରଥର ଦଉଡି ମହାଆନନ୍ଦରେ ଟାଣିଥିଲେ l ଘଣ୍ଟ, ଘଣ୍ଟା, ଭଜନ କୀର୍ତ୍ତନ, ହୁଳହୁଳିରେ ସମଗ୍ର ବିଦ୍ୟାଳୟ ପରିସର ପ୍ରକମ୍ପିତ ହେଉଥିଲା l ଭକ୍ତଗଣଙ୍କ ଗହଣରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଗକୁ ଆଗଜୁ ଯାଉଥିଲା l ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉନ୍ମାଦନା ପରିଲକ୍ଷିତ ହେଉଥିଲା l ସର୍ବଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ବିଦ୍ୟାଳୟରେ ଅନୁଷ୍ଠିତ ରଥଯାତ୍ରା କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥିଲେ l
ଡି ଏ ଭି ସ୍କୁଲ ନିମାପଡାରେ ରଥଯାତ୍ରା ପାଳିତ l

















Leave a Reply