ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ ଏବଂ ଜିଲ୍ଲା ଅବକାରୀ ବିଭାଗ, ପୁରୀର ମିଳିତ ସହଯୋଗରେ ତା ୨୬/୦୬/୨୦୨୫ରିଖ ଦିନ ନିଶା ମୁକ୍ତ ଭାରତ ଅଭିଯାନ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା I ଏହି ପଦଯାତ୍ରାରେ ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର, ଅତିରିକ୍ତ ତହସିଲଦାର , ନିମାପଡା , ଏ.ବି.ଡି.ଓ., ନିମାପଡା, ଆଇ.ଆଇ.ସି., ନିମାପଡା ଆଦି ଶପଥପାଠ ପରେ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ I ନିମାପଡାର ଦୋଳାଦେବୀ ଛକ ଠାରୁ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାଟି ହୋଇଥିଲା I ଏହି ପଦଯାତ୍ରାରେ ସ୍ୱତନ୍ତ୍ର କଲେଜର ୧୦୦ରୁ ଉର୍ଧ୍ଵ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ I ପରିଶେଷରେ ତଳଅଣ୍ଡିଆ ସ୍ଥିତ ପି.ପି,ଡବ୍ଲୁ.ଓ. ର ପ୍ରଶାସନିକ ଭବନରେ ଏକ ସଭା ର ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ସାସ୍ୱତଶ୍ରିମୟ ମାର୍ଥା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ନିମାପଡା ଓ ସମ୍ମାନୀୟ ଅତିଥି ରୂପେ ଶ୍ରୀଯୁକ୍ତ ସନ୍ତୋଷ କୁମାର ବେହେରା ଓ ଶ୍ରୀଯୁକ୍ତ ନାରାୟଣ ବେହେରା, ଅବକାରୀ ବିଭାଗ, ନିମାପଡା, ଶ୍ରୀମତୀ ସୌଦାମିନୀ ଦାଶ, ପୂର୍ବତନ ଏ.ବି.ଇ.ଓ., ନିମାପଡା, ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତି, କୋଷାଧକ୍ଷ, ପି.ପି.ଡବ୍ଲୁ.ଓ, ନିମାପଡା, ଶ୍ରୀଯୁକ୍ତ ପବିତ୍ର ମୋହନ ମହାପାତ୍ର, ପି.ପି.ଡବ୍ଲୁ.ଓ, ନିମାପଡା ଯୋଗ ଦେଇ ନିଶାମୁକ୍ତ ଦେଶ ଗଠନରେ ଛାତ୍ରଛାତ୍ରୀ ମାନଙ୍କ ଗୁରୁତ୍ୱ ଆଲୋକପାତ କରିଥିଲେ I ଏହି କାର୍ଯ୍ୟକ୍ରମରେ ପି.ପି. ଡବ୍ଲୁ.ଓ.ର ଗୀତିନନ୍ଦା ପଟ୍ଟନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଜନ୍ମେଜୟ ସ୍ୱାଇଁ, ପ୍ରଜ୍ଞା ପରିମିତା ପରିଡା, ସ୍ମିତାହାସ ନାୟକ, ଭବାନୀ ଶଙ୍କର ମହାରଣା, ପ୍ରଭାତ ବେହେରା ଆଦି ପରିଚାଳନା କରିଥିଲେ I ପରିଶେଷରେ ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *