ନିମାପଡା (21/06) ଡି ଏ ଭି ସ୍କୁଲ ପ୍ରାଙ୍ଗଣରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଏହି ଯୋଗ ଦିବସରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ସମେତ ଶିକ୍ଷକ- ଶିକ୍ଷୟିତ୍ରୀ, ଅନ୍ୟାନ୍ୟ କର୍ମଚାରୀ ଏବଂ ପ୍ରିନସିପାଲ ଯୋଗ ଦେଇଥିଲେ l ଯୋଗ ଶିକ୍ଷୟିତ୍ରୀ ବାଗେଶ୍ୱରୀ ଦାଶଙ୍କୁ ଅନୁକରଣ କରି ସମସ୍ତେ ପ୍ରାତ କାଳରେ ଯୋଗ କରିଥିଲେ l ବିଭିନ୍ନ ପ୍ରକାର ଯୋଗ ଏବଂ ପ୍ରାଣା୍ୟାମ ନିୟମାନୁଯାୟୀ କରାଯାଇଥିଲା ଯଥା – ବଜ୍ରାସନ, ପଦ୍ମାସନ,ତ୍ରିକୋଣlସନ ଅନୁଲୋମ ଓ ଵିଲୋମ ଇତ୍ୟାଦି ମଧ୍ୟ କରାଯାଇଥିଲା l ଏହି ଯୋଗ ଅଭ୍ୟାସ ସମୟ ରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା l ପ୍ରତ୍ୟେକ ଦିନ ପ୍ରାତ କାଳରେ ଯୋଗ ଅଭ୍ୟାସ କରିବା ଦ୍ୱାରା ଶରୀର ସୁସ୍ଥ ଓ ନୀରୋଗ ରହିଥାଏ l ମାନବର ସ୍ୱାସ୍ଥ୍ୟ ହିଁ ହେଉଛି ଅମୁଲ୍ୟ ସମ୍ପଦ l ଯାହା ଯୋଗ ଅଭ୍ୟାସ ଦ୍ୱାରା ସମ୍ଭବପର ହୋଇପାରିଥାଏ l ପ୍ରତ୍ୟେକ ଦିନ ପ୍ରଭାତରେ ଯୋଗ ଅଭ୍ୟାସ କରିବାକୁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରିନସିପାଲ ଶ୍ରୀଯୁକ୍ତ ଏମ. ଏମ. ହକ ଉପଦେଶ ଦେଇଥିଲେ l ଯୋଗ ଅଭ୍ୟାସ ପରେ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ଓ ଜୁସ ପ୍ରଦାନ କରାଯାଇଥିଲା
ଡ଼ି.ଏ.ଭି. ସ୍କୁଲ ନିମାପଡାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

















Leave a Reply