ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ବୃଦ୍ଧଜନଙ୍କ ସମ୍ମାନ ଓ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଅନ୍ତର୍ଜାତୀୟ ବୃଦ୍ଧଜନ ଦିବସ ପାଳିତ

କୋଣାର୍କ/ଗୋପ/ପୁରୀ: ଅନ୍ତର୍ଜାତୀୟ ବୃଦ୍ଧଜନ ଦିବସ-୨୦୨୬ ଅବସରରେ “ଏକ ପେଡ୍ ମା କେ ନାମ” ବାର୍ତ୍ତାକୁ ନେଇ ଏକ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି IIC, ବାଙ୍ଗର, କୋଣାର୍କ, ଗୋପ, ପୁରୀ ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।
ଏହି ଅବସରରେ DSSO ଶ୍ରୀମତୀ ନମିତା ନାୟକ, SSSO ଶ୍ରୀ ଚନ୍ଦନ କୁମାର ବାରିକ ,ପୁରୀ ଜିଲ୍ଲା ବରିଷ୍ଠ ନାଗରିକ କମିଟିର ସଦସ୍ୟ ଶ୍ରୀ ହରିଶଙ୍କର ମିଶ୍ର ଏବଂ RDHSS ବାଙ୍ଗର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜନ୍ମଯେୟ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ।
ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗଦେଇ ବୃଦ୍ଧଜନଙ୍କ ପ୍ରତି ସମ୍ମାନ, ସେମାନଙ୍କ ଅଧିକାର ଓ ସାମାଜିକ ସୁରକ୍ଷା ସମ୍ପର୍କରେ ସଚେତନତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ବୃଦ୍ଧଜନମାନେ ପରିବାର ଓ ସମାଜର ଅମୂଲ୍ୟ ସମ୍ପଦ ହୋଇଥିବାରୁ ସେମାନଙ୍କ ପ୍ରତି ଯତ୍ନ, ସମ୍ମାନ ଓ ସହଯୋଗ ରଖିବାକୁ ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ। ଅତିଥିମାନେ ନିଜେ ବୃକ୍ଷରୋପଣ କରି “ଏକ ପେଡ୍ ମା କେ ନାମ” ଅଭିଯାନକୁ ସମର୍ଥନ କରିଥିଲେ। ପରିବେଶ ସୁରକ୍ଷା ସହିତ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ସୃଷ୍ଟି କରିବା ନିମନ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଆହ୍ୱାନ ଦିଆଯାଇଥିଲା।
ଅଧିକାରୀ ଓ ଅତିଥିମାନଙ୍କ ଏହି ସକ୍ରିୟ ଅଂଶଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିଥିଲା। ବୃଦ୍ଧଜନଙ୍କ ପ୍ରତି ସମ୍ମାନ ଓ ପରିବେଶ ପ୍ରତି ଦାୟିତ୍ୱବୋଧର ଏହି ଦୁଇଟି ବାର୍ତ୍ତା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରସାରିତ ହୋଇଥିଲା।
ରିପୋର୍ଟ: ବିଭୂତି ଟିଭି | BibhutiTV

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *