ଫୁଲବାଣୀ / କନ୍ଧମାଳ:
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର କନ୍ଧମାଳ ଜିଲ୍ଲାର ପୂର୍ବତନ ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ମହାନ୍ତିଙ୍କର ଅକାଳ ପରଲୋକ ଘଟିଛି। ତାଙ୍କର ବିୟୋଗ ଖବର ପ୍ରଚାରିତ ହେବା ପରେ କନ୍ଧମାଳ ଜିଲ୍ଲା ସହ ସମଗ୍ର ରାଜ୍ୟର ସାମ୍ବାଦିକ, ଡିଜିଟାଲ ମିଡିଆ କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।
ଶ୍ରୀ ମହାନ୍ତି ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ସହ ଦୀର୍ଘଦିନ ଧରି ଜଡ଼ିତ ରହି ସଂଗଠନର ଅଗ୍ରଗତି ଓ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ ଦେଇଥିଲେ। ବିଶେଷ କରି କନ୍ଧମାଳ ଜିଲ୍ଲାରେ ଡିଜିଟାଲ ମିଡିଆ ସାମ୍ବାଦିକମାନଙ୍କୁ ଏକାଠି କରିବା, ସେମାନଙ୍କ ସ୍ୱାର୍ଥ ରକ୍ଷା କରିବା ଏବଂ ସଂଗଠନକୁ ସୁଦୃଢ଼ ଓ ମଜବୁତ କରିବାରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା।
ତାଙ୍କର ଏହି ଅକାଳ ବିୟୋଗରେ ODMM, ପୁରୀ ଓ ‘ବିଭୂତି ଟିଭି’ (Bibhuti TV) ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ODMM , ର ପରିଚାଳନା ପରିଷଦ, ସମ୍ପାଦକୀୟ ମଣ୍ଡଳୀ ଓ ସମସ୍ତ କର୍ମଚାରୀଙ୍କ ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି।
ଶ୍ରୀ ମହାନ୍ତିଙ୍କ ବିୟୋଗ ଡିଜିଟାଲ ମିଡିଆ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ସାଂଗଠନିକ ଦକ୍ଷତା, ସହଯୋଗୀ ମନୋଭାବ ଏବଂ ସାମ୍ବାଦିକତା ପ୍ରତି ଥିବା ନିଷ୍ଠା ସଦା ସର୍ବଦା ସ୍ମରଣୀୟ ହୋଇରହିବ।
କନ୍ଧମାଳ ଜିଲ୍ଲାର ପୂର୍ବତନ ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ମହାନ୍ତି ଆଉ ଆମ ପାଖରେ ନାହାନ୍ତି
















Leave a Reply