ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ାର ପ୍ରିୟ ‘ଫୁକା ଭାଇ’ଙ୍କ ବିୟୋଗରେ ଶୋକସଭା

🕯️
ଦୀର୍ଘଦିନର ସାମ୍ବାଦିକତା ଜୀବନ ଆଜି ନୀରବ ହୋଇଯାଇଛି। ନିମାପଡ଼ାର ପ୍ରିୟ ‘ଫୁକା ଭାଇ’ ରଞ୍ଜନ କୁମାର ପଟ୍ଟନାୟକଙ୍କ ଦେହାନ୍ତର ଦୁଃଖଦ ଖବର ଆଜି ସମସ୍ତଙ୍କୁ ମର୍ମାହତ କରିଛି।
ଆଜି ନିମାପଡ଼ାରେ ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ପ୍ରତିଷ୍ଠାନ, ଭାରତର ଏକ ବୈଠକ ଚାଲିଥିବା ସମୟରେ ଏହି ଦୁଃଖଦ ଖବର ମିଳିଥିଲା। ଖବର ଶୁଣିବା ପରେ ବୈଠକରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଠିଆ ହୋଇ ଦିବଙ୍ଗତ ରଞ୍ଜନ କୁମାର ପଟ୍ଟନାୟକ, ଆମ ପ୍ରିୟ ଫୁକା ଭାଇଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ତିନିଥର ଓଁକାର ଉଚ୍ଚାରଣ କରିଥିଲେ।
ଏଥିସହିତ ତାଙ୍କ ଅମର ଆତ୍ମାର ଶାନ୍ତି ଓ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ପ୍ରଦାନ ପାଇଁ ଦୁଇ ମିନିଟ୍‌ର ନୀରବ ପ୍ରାର୍ଥନା କରାଯାଇଥିଲା।
ଭଗବାନ ଶ୍ରୀଜଗନ୍ନାଥ ତାଙ୍କ ଆତ୍ମାକୁ ସଦ୍‌ଗତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ। 🙏

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *