ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଅସ୍ତରଙ୍ଗରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନଶୁଣାଣି ଶିବିର

୧୨୧ଟି ଅଭିଯୋଗ ଗ୍ରହଣ, ୧୯ଟି ର ତୁରନ୍ତ ଫଇସଲା

ଅସ୍ତରଙ୍ଗ: (BT)ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶରତ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ନିଜ ନିଜ ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିଥିଲେ।
ଶିବିରରେ ମୋଟ ୧୨୧ଟି ଦରଖାସ୍ତ ବିଚାର ପାଇଁ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୯୪ଟି ବ୍ୟକ୍ତିଗତ ଏବଂ ୨୭ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଏହା ମଧ୍ୟରୁ ୧୯ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା।
ଜନସାଧାରଣଙ୍କ ଅଭିଯୋଗ ମଧ୍ୟରେ ଇନ୍ଦିରା ଆବାସ, ଭତ୍ତା, ବିଦ୍ୟୁତ୍, ଜଳ ନିଷ୍କାସନ ଓ ରାସ୍ତା ମରାମତି ଭଳି ବିଭିନ୍ନ ସମସ୍ୟା ସାମିଲ ଥିଲା।
ଏହି ଜନଶୁଣାଣିରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ପିଡି ରାଜୀବ ବେହେରା, ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ, ବିଡିଓ ସସ୍ମିତା ବେହେରା, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ଉପଖଣ୍ଡ ପୋଲିସ ଅଧିକାରୀ ଜନାର୍ଦ୍ଦନ ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ।
ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର, ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଶିବବ୍ରତ ନାୟକ, ଗ୍ରାମୀଣ ରୋଜଗାର ଯୋଜନା ମୁଖ୍ୟ ଇତିଶ୍ରୀ ନାୟକ ଓ ନିମାପଡ଼ା ଅବକାରୀ ବିଭାଗ ଅଧିକାରୀ ଦେବେନ୍ଦ୍ର କୁମାର ବେହେରାଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *