ନିମାପଡ଼ା, ୧୧/୮ (Bibhuti TV): ଆସନ୍ତା ୧୩ ତାରିଖରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନିମାପଡ଼ାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ହରଘର ତ୍ରିରଙ୍ଗା’ ନାମରେ ଏକ ବିଶାଳ ଶୋଭାଯାତ୍ରା ଓ ଜନସମାବେଶ ଆୟୋଜିତ ହେବ। ଏନେଇ ନିମାପଡ଼ା ବିଜେପି ପାର୍ଟି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବିଜେପି ଉପସଭାପତି ମୀନଲତା ମହାନ୍ତି ଯୋଗଦେବେ ବୋଲି ସୂଚନା ମିଳିଛି। ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଦେଶପ୍ରେମୀଙ୍କୁ ସ୍ମରଣ କରିବା ସହ ଜାତୀୟତା, ଦେଶପ୍ରେମ ଓ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତା ନେଇ ଏହି ବିଶାଳ ପଦଯାତ୍ରା ଆୟୋଜିତ ହେବ।
ପଦଯାତ୍ରା ହରିପୁରରୁ ଆରମ୍ଭ ହୋଇ ରେଞ୍ଚ, ଖେଲାର, ଧନୁଆଁ, କାଜିପାଟଣା ଓ ରଟିଲୋ ଛକ ଦେଇ ନିମାପଡ଼ା ନୂଆ ବସଷ୍ଟାଣ୍ଡରେ ପହଞ୍ଚିବ। ସେଠାରେ ଏନଏସି ମଣ୍ଡଳ ପକ୍ଷରୁ ପଦଯାତ୍ରାରେ ସାମିଲ ହେଉଥିବା ସ୍ୱାଧୀନଚେତା ବ୍ୟକ୍ତି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରାଯିବ।
ପରେ ପଦଯାତ୍ରା ଦୋଳବେଦୀ ଛକରେ ପହଞ୍ଚିବା ପରେ ମଞ୍ଚନାଥ ମଣ୍ଡଳ, ଗୋପ ମଣ୍ଡଳ ଓ ଚାରିଛକ ମଣ୍ଡଳର ଶତାଧିକ ପଦଯାତ୍ରୀ ଏଥିରେ ଯୋଗଦେବେ। ସମସ୍ତେ ଏକତ୍ରିତ ହୋଇ ଚାରିଛକ ପର୍ଯ୍ୟନ୍ତ ଯାତ୍ରା କରିବେ। ଚାରିଛକରେ ‘ହରଘର ତ୍ରିରଙ୍ଗା’ ପଦଯାତ୍ରାର ଉଦ୍ଯାପନ ହେବ।
ଏହି ପଦଯାତ୍ରାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।
ସାମ୍ବାଦିକ ସମ୍ମିଳନୀରେ ସୁଶାନ୍ତ ସ୍ୱାଇଁ, ଏନଏସି ମଣ୍ଡଳ ସଭାପତି ନିରଞ୍ଜନ ନାୟକ, ଯୁବମୋର୍ଚ୍ଚା ସଭାପତି ସାଇପ୍ରିତମ ପଟ୍ଟନାୟକ, ଧନୁଆଁ ମଣ୍ଡଳ ସଭାପତି ସନ୍ତୋଷ ପରିଡ଼ା, ପ୍ରଭାକର ନାୟକ, ରତ୍ନାକର ମିଶ୍ର, ପ୍ରସନ୍ନ ଦାସ ଓ ପ୍ରଭାତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ନିମାପଡ଼ାରେ ‘ହରଘର ତ୍ରିରଙ୍ଗା’ ପାଇଁ ବିଜେପିର ବିଶାଳ ପଦଯାତ୍ରା ଓ ଜନସମାବେଶ

















Leave a Reply