ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ାରେ ରେକ୍ସଲର ୱେଲଫେୟାର ଫାଉଣ୍ଡେସନ୍ ପକ୍ଷରୁ ନିଃଶୁଳ୍କ ରାସନ ବଣ୍ଟନ

୨୧ ଜଣ ହିତାଧିକାରୀଙ୍କୁ ରାସନ ପ୍ରଦାନ; ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଆର୍ଥିକ ସହାୟତା
ନିମାପଡ଼ା, ୯ ଅଗଷ୍ଟ ୨୦୨୬:
ଗରିବ, ଅସହାୟ ଓ ଆର୍ଥିକ ଭାବେ ଦୁର୍ବଳ ପରିବାରଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ରେକ୍ସଲର ୱେଲଫେୟାର ଫାଉଣ୍ଡେସନ୍ (RWF) ପକ୍ଷରୁ ନିମାପଡ଼ାସ୍ଥିତ ଭାରତୀୟ ବିଦ୍ୟା ନିକେତନ ପରିସରରେ ଏକ ନିଃଶୁଳ୍କ ରାସନ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ RWFର ବିକାଶ ଅଧିକାରୀ ଡ଼. ଚିତ୍ତରଞ୍ଜନ ବିଶ୍ୱାଳଙ୍କ ସମେତ ସଂଗଠନର ପଦାଧିକାରୀ, ଆମନ୍ତ୍ରିତ ଅତିଥି, ସମାଜସେବୀ ଓ ମାନବାଧିକାର କର୍ମୀମାନେ ଉପସ୍ଥିତ ଥିଲେ।
ଅବସରରେ ସମାଜସେବୀ ତଥା ମାନବାଧିକାର କର୍ମୀ ଶ୍ରୀ ନୃସିଂହ ଚରଣ ମାନସିଂହା ୨୧ ଜଣ ହିତାଧିକାରୀଙ୍କୁ ନିଃଶୁଳ୍କ ରାସନ ବଣ୍ଟନ କରିଥିଲେ। ଏଥିସହ ଜଣେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ରାସନ ସହିତ ତାଙ୍କ ପରିବାରର ଭରଣପୋଷଣରେ ସହାୟତା ପାଇଁ ପ୍ରତୀକାତ୍ମକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ RWFର ବିକାଶ ଅଧିକାରୀ ଡ଼. ଚିତ୍ତରଞ୍ଜନ ବିଶ୍ୱାଳ କହିଥିଲେ ଯେ, ଆବଶ୍ୟକତା ଥିବା ପରିବାରଙ୍କୁ ସହଯୋଗ କରିବା ପାଇଁ ଏହି ନିଃଶୁଳ୍କ ରାସନ ବଣ୍ଟନ କାର୍ଯ୍ୟକ୍ରମ ନିୟମିତ ଭାବେ ଜାରି ରହିବ। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରି ଅଧିକ ସଂଖ୍ୟକ ଆବଶ୍ୟକତାସମ୍ପନ୍ନ ପରିବାରଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରାଯିବ।
ରେକ୍ସଲର ୱେଲଫେୟାର ଫାଉଣ୍ଡେସନ୍ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନିଜ୍‌ ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶ୍ରୀ ରଣଜିତ ସିଂହ ରାଠୋର ଙ୍କ ମାର୍ଗଦର୍ଶନ ଏବଂ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ କଲ୍ୟାଣ ପାଇଁ ତାଙ୍କର ସଂକଳ୍ପ ଅନୁଯାୟୀ ଏହି ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା କୁହାଯାଇଛି।
ଏହି ପଦକ୍ଷେପ ଅସହାୟ ଓ ଆର୍ଥିକ ଦୁର୍ବଳ ପରିବାରଙ୍କୁ ତତ୍କାଳ ସହାୟତା ପ୍ରଦାନ ସହିତ ସମାଜରେ ମାନବିକତା, ସମ୍ମାନ ଓ ସାମାଜିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବାରେ ଏକ ସାର୍ଥକ ପ୍ରୟାସ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।
— Bibhuti TV News Desk, Nimapada

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *