ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

କୃଷକ ମୋର୍ଚ୍ଚା ଜିଲ୍ଲା ପଦାଧିକାରୀ ବୈଠକ: ଚାଷୀ ସମସ୍ୟା ଓ ସାଙ୍ଗଠନିକ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ।

ଜଗତସିଂହପୁର, ୦୭/୦୮/୨୦୨୬ (Bibhuti TV):
ଜଗତସିଂହପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ପଦାଧିକାରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କୃଷକମାନଙ୍କ ବିଭିନ୍ନ ସମସ୍ୟା ସହ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା।
ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଯୋଗଦେଇଥିବା ବେଳେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଅଶୋକ ମହାନ୍ତି ଓ ଆଲୋକ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ସରୋଜ ସାହୁ ଏବଂ କୃଷକ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ତରୁଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନାର ସୁଫଳ ତୃଣମୂଳସ୍ତରରେ ଚାଷୀଙ୍କ ନିକଟରେ ପହଞ୍ଚାଇବା, ଜିଲ୍ଲାର କୃଷକମାନଙ୍କ ସମସ୍ୟା ଚିହ୍ନଟ କରି ସମାଧାନ ଦିଗରେ ପଦକ୍ଷେପ ନେବା ଏବଂ କୃଷକ ମୋର୍ଚ୍ଚାର ସାଙ୍ଗଠନିକ ଭିତ୍ତିକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରାଯାଇଥିଲା।
ଏହାସହ ଆଗାମୀ ଦିନରେ ଚାଷୀଙ୍କ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆୟୋଜନ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଥିଲା। କୃଷକମାନଙ୍କ ସମ୍ମାନ, ସ୍ୱାବଲମ୍ବନ ଓ ସମୃଦ୍ଧି ପାଇଁ ଜିଲ୍ଲାରୁ ମଣ୍ଡଳସ୍ତର ପର୍ଯ୍ୟନ୍ତ ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା।
ବୈଠକରେ ଜିଲ୍ଲା ଓ ମଣ୍ଡଳସ୍ତରୀୟ ପଦାଧିକାରୀଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଶେଷରେ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରିୟବ୍ରତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
— Bibhuti TV, ଜଗତସିଂହପୁର

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *