ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ାରେ ସାର କଳାବଜାରୀ ବିରୋଧରେ ଗର୍ଜିଲେ ଚାଷୀ; ‘ଜାଗ୍ରତ ଯୁବଶକ୍ତି’ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ନିମାପଡ଼ା, ତା. ୬ ଅଗଷ୍ଟ: ଚଳିତ ମୌସୁମୀ ଚାଷ ଋତୁରେ ସାର ଓ ପିଡିଆ ଭଳି କୃଷି ସାମଗ୍ରୀର ଅହେତୁକ ଦରବୃଦ୍ଧି, ବିକ୍ରୟରେ ଅନିୟମିତତା ଏବଂ ଏମଆରପିଠାରୁ ଅଧିକ ଦରରେ ଚାଷୀମାନେ ସାର କିଣୁଥିବା ଅଭିଯୋଗକୁ ନେଇ ନିମାପଡ଼ାରେ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ପ୍ରସଙ୍ଗରେ ଯୁବ ସଂଗଠନ ‘ଜାଗ୍ରତ ଯୁବଶକ୍ତି’ ପକ୍ଷରୁ ଆଜି ନିମାପଡ଼ା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରାଯାଇ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ସାର ଯୋଗାଣରେ କଳାବଜାରୀକୁ କଡ଼ାକଡ଼ି ରୋକିବା, ଚାଷୀଙ୍କୁ ଜରୁରୀ ଭିତ୍ତିରେ ସୁଲଭ ମୂଲ୍ୟରେ ସାର ଉପଲବ୍ଧ କରାଇବା ଓ ଚାଷ ପାଇଁ ଆବଶ୍ୟକ ପରିମାଣର ସାର ଯୋଗାଇବାକୁ ପ୍ରଶାସନଙ୍କୁ ଦୃଢ଼ ଦାବି କରାଯାଇଛି।
ଏହି କାର୍ଯ୍ୟକ୍ରମରେ ସଂଗଠନର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ଦାସ, ମୁଖ୍ୟ ପରାମର୍ଶଦାତା ପ୍ରସନ୍ନ କୁମାର ପତି, ଅଞ୍ଜନ କୁମାର ନାୟକ, ସଂଜୀବ ରାୟଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *