ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଚାଷ ଅଛି ଯାହାର କି ଆନନ୍ଦ ତାହାର       ସେହି ସିନା ଯୋଗାଉଛି ଦୁନିଆକୁ ଆହାର

ଚାଷ ଅଛି ଯାହାର କି ଆନନ୍ଦ ତାହାର
       ସେହି ସିନା ଯୋଗାଉଛି ଦୁନିଆକୁ ଆହାର

ଏହି ବାକ୍ୟ ସେହି ମାନଙ୍କ ପାଇଁ ପ୍ରଯୁଜ୍ୟ ଯେଉଁ ମାନେ ତାଙ୍କର ସମୟ କୁ ନିଜ କର୍ମରେ ଲଗାଇ ଥାଆନ୍ତି। ଚା ଖଟି ରେ ନୁହେଁ।

ଆମ ରାଜ୍ୟ ଏକ କୃଷି ପ୍ରଧାନ ରାଜ୍ୟ। ଏହି ବାକ୍ୟଟି କେବଳ କଥାରେ ହୋଇ ରହିବାକୁ ଯାଉଛି। ଏହା ସତ୍ୟ ଯେ ଦିନକୁ ଦିନ ରାଜ୍ୟ ର ଲୋକ ସଂଖ୍ୟା ବଢ଼ି ବଢ଼ି ଚାଲିଛି, ପାରିବାର ସଂଖ୍ୟା ବଢୁଛି, ଏଣେ ନୂଆ ନୂଆ ରାସ୍ତା, କଳକାରଖାନା, ନୁଆ ବାସ ଗୃହ ପାଇଁ ଚାଷ ଜମି କମି କମି ଯାଉଛି । ଆମ ଲୋକମାନେ ଚାଷ କଥା ଉଠିଲେ ଖରିଫ ଋତୁରେ ଧାନ, ମକା, ମାଣ୍ଡିଆ, ଡାଲି ଜାତୀୟ ଫସଲ, ତୈଳବୀଜ ଫସଲ ସହ  ପନିପରିବା ଚାଷ ଏବଂ ରବି ରୁତୁ ରେ ମୁଗ, ବିରି, ପ୍ରଭୃତି ଡାଲିଜାତୀୟ ଫସଲ ସହିତ ପନିପରିବା ଚାଷ, ଗାଇ ,ଛେଳି, କୁକୁଡ଼ା, ବତକ, ଘୁଷୁରୀ, ମଈଁଷି ପାଳନ ଇତ୍ଯାଦି। ଉପରୋକ୍ତ ଚାଷ ଗୁଡିକ ରେ ଲାଭବାନ ହେବା ପାଇଁ କେଉଁ ଚାଷରେ ଅଧିକ ଚାଷ ଜମି ର ଆବଶ୍ୟକ ତ କେଉଁ ଚାଷ ପାଇଁ ଅଧିକ ପୁଞ୍ଜି ର ଆବଶ୍ୟକ ହୁଏ।ଯାହା ସାଧାରଣ ପରିବାର ପକ୍ଷେ ସମ୍ଭବପର ନୁହେଁ।
ଗ୍ରାମୀଣ ସ୍ତରରେ ଜୀବନ ଅତିବାହିତ କରୁଥିବାରୁ କେତେଗୁଡ଼ିଏ ଚାଷ ଆମ ଗରୀବ ପାରିବାର ଙ୍କ ପକ୍ଷେ ସମ୍ଭବପର ହୋଇ ପାରିବ ।
ପ୍ରାଚୀନ ଅର୍ଥଶାସ୍ତ୍ରୀ “ଚାଣକ୍ୟ ଙ୍କ ମତରେ ଘର ଦ୍ୱାର ମୁହଁ ରେ ହାଟ”ଯାହା ବଜାର ମୂଲ୍ୟ ଠାରୁ ଢେର ଅଧିକ, ସ୍ୱଳ୍ପ ସମୟ ନଷ୍ଟ ଓ ସୁରକ୍ଷିତ ସ୍ଥାନ ଅଟେ। ମୋଟା ମୋଟି କହିବାକୁ ଗଲେ “ଦେ ଦେ ବେପାର”
ଜଣେ ଭୂମିହୀନ ଭାଗଚାଷୀ ଅନ୍ୟର ଜମି ଭାଗ ଧରିବା ସହିତ ସେ ନିଜ ଘରେ ଗାଈ ଟିଏ, ଛେଳି ଦୁଇରୁ ତିନୋଟି, କୁକୁଡ଼ା ଅନ୍ୟୂନ ୧୦ ଟି ପର୍ଯ୍ୟନ୍ତ ରଖି ପାରିବ। ପ୍ରତି ଦିନ ଗାଈ କ୍ଷୀର ସହିତ ୭ ଟି ରୁ ୮ ଟି ଦେଶୀ ଅଣ୍ଡା ବିକ୍ରୟ କରି ପାରିବ। ଅନ୍ୟୂନ ପ୍ରତିଦିନ ୨୦୦ ଟଙ୍କା ତାର ଘରକୁ  ଏହି ବ୍ୟବସ୍ଥା ରୁ ଆସି ପାରିବ।
କିଛି ପାରିବାର ଅଛନ୍ତି ଯେଉଁ ମାନଙ୍କ ର ଘର ବାଡ଼ି ଚାଷ ଜମି ମିଶି ପାଞ୍ଚ ଗୁଣ୍ଠ ଅଛି ସେହି ପାରିବାର ସ୍ଥାନ ବିଶେଷ ରେ ଦୁଇ ରୁ ତିନି ଗୁଣ୍ଠ ଜମି ରେ ପାନ ବରଜ କରି ପାରିବ । ଏହି ପାନ ବରଜ ରୁ ମାସକୁ ୧୦୦୦୦ ରୁ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରି ପାରିବେ। ସୂଚନା ଥାଉକି ଏହି କାର୍ଯ୍ୟ ଟି ସଫଳ ହେବ ଯେଉଁ ସ୍ଥାନ ମାନଙ୍କରେ ଅନ୍ୟ ଚାଷୀ ଭାଇ ମାନେ ପାନ ଚାଷ କରୁ ଥିବେ।
ନଚେତ୍ ୫୦ ରୁ ୧୦୦ ଟି ଦେଶୀ କୁକୁଡା ରଖିବ। ପ୍ରତିଦିନ ଅନ୍ୟୂନ ୫୦ ଟି ଦେଶୀ ଅଣ୍ଡା ବିକ୍ରୟ କଲେ ୫୦୦ ଟଙ୍କା ତାର ଘରକୁ ଆୟ ହେଉଛି। ଏଥି ସହିତ ଗାଈ ଟିଏ ଓ ଛେଳି ତିନି ରୁ ଚାରୋଟି ରଖି ପାରିବ। ଏହି ବ୍ୟବସ୍ଥା ରେ ମାସକୁ ଅନ୍ୟୁନ ୧୫୦୦୦ ଟଙ୍କା ଆୟ ହୋଇ ପାରିବ।
କିଛି ପାରିବାର ଅଛନ୍ତି ଯେଉଁ ମାନଙ୍କର ଘର ବାଡ଼ି ଚାଷ ଜମି ମିଶି ଅଧା ଏକର ଅଛି। ଯଦି ଆପଣଙ୍କର ଘର ପାଖରେ ଚାଷ ଜମି ଅଛି, ଏହି ଚାଷ ଜମି ରୁ ଗୋଟିଏ କିମ୍ୱା  ଦୁଇ ଗୁଣ୍ଠ ଜମି କୁ ୪ ରୁ ୫ ଫୁଟ ଖୋଳି ଘର ନଳକୂଅ ର ପାଣି ରେ ବର୍ଷ ସାରା ମହୁରାଳି ମାଛ ଚାଷ କରାଯାଇ ପାରିବ। ଏହି ଆୟତନ ବିଶିଷ୍ଟ ପୋଖରି ରୁ ବର୍ଷକୁ ଚାରି  ଥର ମାଛ ଧରି ପାରିବେ। ଆଜିର ଦିନରେ ଏହି ମାଛ ଦାମ୍ କିଲୋ ପ୍ରତି ୨୦୦ ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଛି। ପ୍ରତି ଥର କେ ଆମେ ୨୫ ରୁ ୩୦ କିଲୋ ମାଛ ବିକ୍ରୀ କରି ହେବ।
ଯଦି ଆପଣ ଏହି ପୋଖରୀ ରେ  କେରାଣ୍ଡି ମାଛ ଚାଷ କରନ୍ତି ତେବେ ବର୍ଷ କୁ ଦୁଇ ଥର ମାଛ ଧରି ପାରିବେ। ଘର ର ବଳକା ଖାଦ୍ୟ ଗାଈ ଗୋରୁ ଗୋବର, କୁକୁଡ଼ା ମଳ ମାଛ କୁ ଖାଇବାକୁ ଦେଲେ ଥରକେ ୪୦ ରୁ ୫୦ କିଲୋ ମାଛ ଧରି ପାରିବେ। ଆଜିର ଦିନରେ କେରାଣ୍ଡି ମାଛ କିଲୋ ୧୨୦ ରୁ ୧୫୦ ଟଙ୍କା ରେ ବଜାର ରେ ବିକ୍ରୀ ହେଉଛି।
ଯଦି ଆପଣ ଏହି ପୋଖରୀ ରେ ତେଲାପିଆ ମାଛ ଚାଷ କରନ୍ତି ଏବଂ ଉପରୋକ୍ତ ଖାଦ୍ୟ ଦିଅନ୍ତି ତେବେ ବର୍ଷକୁ ପାଞ୍ଚ ରୁ ଛଅ ଥର ମାଛ ଧରି ପାରିବେ। ପ୍ରତି ଥର ୩୦ ରୁ ୪୦ କିଲୋ ମାଛ ଧରିବେ। ଆଜିର ଦିନରେ ଏହି ମାଛ ର ଦାମ୍ କିଲୋ ପ୍ରତି ଅନ୍ୟୂନ ୧୦୦ ଟଙ୍କା ନିଶ୍ଚିତ ବିକ୍ରୀ ହେବ।
ଯଦି ଆପଣ ଏହି ପୋଖରୀ ରେ ଖାଲି ତୋରି ମାଛ ଚାଷ କରନ୍ତି ତେବେ ବର୍ଷ କୁ ଦୁଇ ଥର ମାଛ ଧରି ପାରିବେ। ଆଜିର ଦିନରେ ତୋରି ମାଛ କିଲୋ ପ୍ରତି ୨୨୦ ଟଙ୍କା ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଛି। ପ୍ରତି ଥର ୩୦ ରୁ ୪୦ କିଲୋ ମାଛ ଧରି ପାରିବେ।
ଧ୍ୟାନ ଦେବେ ଉପୋରୋକ୍ତ ମାଛ ମାନଙ୍କୁ ଏକାଠି ଗୋଟାଏ ପୋଖରୀ ରେ ଚାଷ କରିବେ ନାହିଁ ଅଲଗା ଅଲଗା ଚାଷ କରିବେ।
ଯଦି ଏହି ପୋଖରୀ ରେ କଙ୍କଡ଼ା (ଦେଶୀ କାଳିଆ କଙ୍କଡ଼ା) ଚାଷ କରନ୍ତି ତେବେ ପୋଖରୀ କୁ ଅଧିକ ରୁ ଅଧିକ ୪ ଫୁଟ ଗଭୀର ରଖିବେ। ଉପରୋକ୍ତ ଖାଦ୍ଯ ଦେଲେ ଏହାକୁ ବର୍ଷକୁ ଦୁଇ ଥର ଧରି ପାରିବେ। ଥରକେ ୫୦ କିଲୋ ରୁ ଅଧିକ ଧରା ହୋଇ ପାରିବେ। ଏହାର ବଜାର ମୂଲ୍ୟ  ୨୫୦ ଟଙ୍କା ରେ ବିକ୍ରୀ ହେଉଛି।
ଧ୍ୟାନ ଦେବେ ପ୍ରତି ଦୁଇ ବର୍ଷରେ ଥରେ ପୋଖରୀ କୁ ସୁଖାଇ ଦେଇ ପୋଖରୀ ରେ ଚୂନ ପକାଇ ଦେଉଥିବେ।
ପୋଖରୀ ହୁଡ଼ାରେ ବଡ଼ ବଡ଼ ଜାତୀୟ ଗଛ ନଲଗାଇ ପଟକପୁରା କଦଳୀ, ଭଣ୍ଡା, ଲେମ୍ବୁ ଗଛ ଲଗାଇ ପାରିବେ। ନିଜ ପରିବାର ର ସଦସ୍ୟ ମାନଙ୍କୁ ସୁସ୍ଥ ରଖିବା ପାଇଁ ଛୋଟ ବାଡ଼ି ବଗିଚାରେ ତୁଳସୀ,ପୋଦିନା, ହଳଦୀ, ଅଦା, ଲଙ୍କା , ଭୃଷଙ୍ଗ ଗଛ ରହିବା ଆବଶ୍ୟକ। ଉପରୋକ୍ତ ମାଛ ଚାଷ ସହିତ ଅନ୍ୟୁନ ୩୦ ରୁ ୪୦ ଟା ବତକ ରଖି ପାରିବା। ପ୍ରତିଦିନ ଗାଈ କ୍ଷୀର, କୁକୁଡ଼ା ଅଣ୍ଡା, ବତକ ଅଣ୍ଡା, କଦଳୀ ଓ ଭଣ୍ଡା ଘର ଦ୍ୱାର ମୁହଁ ରୁ ବିକ୍ରୀ ହୋଇଯିବ। ଏହି ବ୍ୟବସ୍ଥାକୁ କୁ ଆପଣେଇଲେ ମାସକୁ ଅନ୍ୟୁନ ୩୦୦୦୦ ଟଙ୍କା ଆୟ ହୋଇ ପାରିବ।
କିଛି ପାରିବାର ର ଏକ ଏକର ଜମି ଅଛି ଉପୋରୋକ୍ତ ସମସ୍ତ ଚାଷ ସହିତ ପନିପରିବା ଚାଷ କରି ପାରିବା। ଦୁଇ ଗୁଣ୍ଠ ଜମି ରେ ଯଦି ପୋଦିନା ପତ୍ର ଚାଷ କରାଯାଏ ତେବେ ବର୍ଷ କୁ ଏକ ଲକ୍ଷ ଟଙ୍କା ଆୟ ହୋଇ ପାରିବ।
ମୁଁ ଯେତେଗୁଡିଏ ଚାଷ ର ବର୍ଣ୍ଣନା କଲି ଏହା କପୋଳ କଳ୍ପିତ କାହାଣୀ ନୁହେଁ ପ୍ରତି ଚାଷ ର ରୋଲ ମଡେଲ ଚାଷୀ ଆମ ପରିସର ରେ ଅଛନ୍ତି। କମ ଖର୍ଚ୍ଚରେ ଅଧିକ ଆଦାୟ ଆଜିର ଦିନରେ ଏହା ହିଁ ଆହ୍ୱାନ ଅଟେ।

କ୍ଷେତ୍ରମୋହନ ବେହେରା
ଚାଷୀ
ଗୋରେଖନାଥ କୃଷକ ମହାସଂଘ
ମୋବାଇଲ-9937709899

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *