ନିମାପଡା ,21.6.26 (BT)ଆଜି ନିମାପଡା ସ୍ଥିତ ଡ଼ି ଏ ଭି ପବ୍ଲିକ ପ୍ରାଙ୍ଗଣରେ ଥିବା ମୁକ୍ତ ପଡିଆରେ “ଆନ୍ତର୍ଜାତିକ ଯୋଗ ଦିବସ “ ପାଳିତ ହୋଇଯାଇଛି l ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ – ଶିକ୍ଷୟିତ୍ରୀ ଯୋଗ ଅଭ୍ୟାସରେ ଅଂଶ ଗ୍ରହଣ କରିଥିଲେ l ଆଜି ପ୍ରାତଃ କାଳ ଟା ୬.୩୦ ମି. ରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ବାଗେଶ୍ବରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଛାତ୍ରଛାତ୍ରୀ ଙ୍କ ଠାରୁ ଶିକ୍ଷକ – ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ପ୍ରିନସିପାଲ ଏମ ଏମ ହକ ଯୋଗ ଅଭ୍ୟାସ ଜରିଥିଲେ l ପ୍ରିନସିପାଲ ନିଜର ଓଜସ୍ୱିନୀ ବକ୍ତୃତା ମାଧ୍ୟମରେ ଯୋଗ ଅଭ୍ୟାସର ଉପଯୋଗିତା ସମ୍ପର୍କରେ କହିଥିଲେ l ଯୋଗ ଅଭ୍ୟାସ ଦ୍ୱାରା ଆମେ ଶରୀରକୁ ସୁସ୍ଥ ରଖିପାରିବା l ତେଣୁ ପ୍ରତ୍ୟେକ ଦିନ ନିଜର କର୍ମମୟ ଜୀବନରୁ ଯୋଗ ଅଭ୍ୟାସ ପାଇଁ ସମୟ ଦେବା ପାଇଁ କହିଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବକ୍ତୃତା ପ୍ରଦାନ କରିଥିଲେ l ବିଦ୍ୟାଳୟର ଅଧ୍ୟାପିକା ସିଗୀମାରାନୀ ସାହୁ ଯୋଗ ଅଭ୍ୟାସ ଦ୍ୱାରା ଆମେ ନୀରୋଗ ରହିପାରିବା ବୋଲି ବକ୍ତୃତା ଧନ୍ୟବାଦ୍ ପ୍ରଦାନ କରିଥିଲେ l ଯୋଗ ଅଭ୍ୟାସ ଦ୍ୱାରା ଶରୀରକୁ ସୁସ୍ଥ ଓ ସବଳ ତଥା କାର୍ଯ୍ୟକ୍ଷମ କରିବାରେ ସମର୍ଥ ହୋଇ ପାରିବା ବୋଲି ମତ ପ୍ରକାଶ କରିଥିଲେ l
ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ l














Leave a Reply