ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଔଷଧ ଦୋକାନ ବନ୍ଦ ଆନ୍ଦୋଳନର ପ୍ରଭାବ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ AIOCD ର ଗୁରୁତ୍ୱପୂର୍ଣ୍ଣ ବୈଠକ

ନିମାପଡା/(BT) ସମ୍ପ୍ରତି ସମଗ୍ର ଦେଶରେ ଔଷଧ ଦୋକାନ ବନ୍ଦ ଆନ୍ଦୋଳନକୁ ମିଳିଥିବା ବ୍ୟାପକ ସମର୍ଥନ ଓ ସଫଳତା ପରେ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍(AIOCD) ର ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ Jagat Prakash Naddaଙ୍କ ସହ ହିମାଚଳ ପ୍ରଦେଶର ବିଲାସପୁରରେ ସାକ୍ଷାତ କରି ଔଷଧ ବ୍ୟବସାୟୀମାନଙ୍କ ବିଭିନ୍ନ ସମସ୍ୟା ଏବଂ ଦାବି ଉପରେ ଆଲୋଚନା କରିଛନ୍ତି।
AIOCD ର ଜାତୀୟ ଅଧ୍ୟକ୍ଷ ଶ୍ରୀ ଜେ.ଏସ୍. ଶିନ୍ଦେ ଓ ମହାସଚିବ ଶ୍ରୀ ରାଜୀବ ସିଂଘଲ ଦେଶରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ଅନଲାଇନ୍ ଫାର୍ମାସି, ପ୍ରେସକ୍ରିପ୍ସନ୍ ବିନା Schedule H1 ଔଷଧ ବିକ୍ରୟ, କଫ୍ ସିରାପ୍ ଓ ଅନ୍ୟାନ୍ୟ ନିୟନ୍ତ୍ରିତ ଔଷଧର ଅନଲାଇନ୍ ବ୍ୟବସାୟ ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେହିପରି GSR 817 ଓ GSR 220 ର ଅପବ୍ୟବହାର ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା।
ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତିନିଧି ଦଳର ସମସ୍ତ ମତାମତକୁ ଗୁରୁତ୍ୱର ସହ ଶୁଣିବା ସହ ଖୁବ ଶୀଘ୍ର ନୂଆଦିଲ୍ଲୀରେ AIOCD ସହ ଏକ ବିସ୍ତୃତ ବୈଠକ ଆୟୋଜନ କରାଯିବ ବୋଲି ଆଶ୍ୱାସନା ଦେଇଥିବା ଜଣାପଡ଼ିଛି। ଔଷଧ ଦୋକାନ ବନ୍ଦ ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବିଷୟକୁ ଗୁରୁତ୍ୱ ସହ ନିଆଯାଇଥିବାରୁ ଦେଶର ପ୍ରାୟ ୧୨.୪୦ ଲକ୍ଷ କେମିଷ୍ଟ ଓ ଡ୍ରଗିଷ୍ଟଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଛି। ପୁରୀ ଓ ନିମାପଡା ଅଞ୍ଚଳର ଔଷଧ ବ୍ୟବସାୟୀମାନେ ମଧ୍ୟ ଏହି ବୈଠକକୁ ସ୍ୱାଗତ କରି ଆଗାମୀ ଦିନରେ ସକାରାତ୍ମକ ସମାଧାନ ଆଶା କରିଛନ୍ତି। AIOCD ପକ୍ଷରୁ କୁହାଯାଇଛି ଯେ ସଂଗଠନ ସଦା ଜନସ୍ୱାସ୍ଥ୍ୟ ସୁରକ୍ଷା, ଔଷଧ ବ୍ୟବସାୟର ଗରିମା ରକ୍ଷା ଏବଂ ଆଇନସମ୍ମତ ଔଷଧ ବିତରଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ରହିଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *