ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜଗନ୍ନାଥଙ୍କ କୋହିନୂର ହୀରା ପାଇଁ ଆର୍ନ୍ତଜାତୀୟ କୋର୍ଟରେ କେସ ଦାୟର

ଶ୍ରୀଜଗନ୍ନାଥଙ୍କ କୋହିନୂର ହୀରା ଶ୍ରୀମନ୍ଦିରକୁ ଫେରାଇ ଆଣିବା ପାଇଁ ନେଦରଲ୍ୟାଣ୍ଡର ହେଗ୍‌ରେ ଥିବା ଆନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ରେ ଓଡ଼ିଆ ପୁଅ ଆଇନ୍‌ଜୀବୀ ଡ଼. ପ୍ରିୟଦର୍ଶନ ପଟ୍ଟନାୟକ ଆବେଦନ କରି ଓଡ଼ିଶା ଫେରିଛନ୍ତି । 1839 ମସିହାରେ ପଞ୍ଜାବର ମହାରାଜା ରଣଜିତ ସିଂ ତାଙ୍କ ଇଛା ପତ୍ରରେ କୋହିନୁର ହୀରାକୁ ଜଗନ୍ନାଥଙ୍କୁ ଅର୍ପଣ କରିଥିଲେ। ଯାହାର ପ୍ରମାଣ ସ୍ୱରୂପ ମହାରାଜା ରଣଜିତ ସିଂଙ୍କର ତୀର୍ଥଗୁରୁ ଶ୍ରୀମନ୍ଦିର ପଣ୍ଡା ସେବକ ତଥା ଅବିଭକ୍ତ ପଞ୍ଜାବର ଯାତ୍ରୀ ପଣ୍ଡା ପୁରୀର କଳିଯୁଗ ପ୍ରତିହାରୀଙ୍କ ନିକଟରେ ସୁରକ୍ଷିତ ଭାବେ ଅଛି। ଜୁଲାଇ ୧୪ ତାରିଖରେ ଶ୍ରୀଜଗନ୍ନାଥ ସେନା କେନ୍ଦ୍ରୀୟ କାର୍ଯ୍ୟାଳୟର ଆବାହକ ଡ଼. ପ୍ରିୟଦର୍ଶନ ପଟ୍ଟନାୟକ ନେଦରଲ୍ୟାଣ୍ଡ ଯାଇ କୋହିନୂର ହୀରା ଫେରାଇ ଆଣିବା ପାଇଁ ଆନ୍ତର୍ଜତୀୟ କୋର୍ଟରେ ଆବେଦନପତ୍ର ଦାଖଲ କରିଛନ୍ତି। ଏକ ସ୍ପେଶାଲ କାଟାଗୋରୀ କେସ ଭାବେ ସମଗ୍ର ବିଶ୍ୱର ସନାତନ ହିନ୍ଦୁମାନଙ୍କ ତରଫରୁ ଶ୍ରୀ ଜଗନ୍ନାଥ ସେନା ଏହି ମାମଲା ବିଶ୍ୱ କୋର୍ଟରେ ଦାଖଲ କରିଛି । ଯେହେତୁ ଜଗନ୍ନାଥ ସନାତନ ଧର୍ମର ଦେବତା ତେଣୁ ବିଶ୍ୱର ସମସ୍ତ ହିନ୍ଦୁଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି ବୋଲି ଜଗନ୍ନାଥ ସେନା ଆବାହକ କହିଛନ୍ତି । ପ୍ରିୟଦର୍ଶନ ପଟ୍ଟନାୟକ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏହି କେସ ଦାୟର କରିଥିବା ବେଳେ ସ୍ଥାନୀୟ ଲୋକଙ୍କର ବିପୁଳ ସମର୍ଥନ ପାଇଥିବାର ସୂଚନା ଦେଇଛନ୍ତି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *