ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ବହୁ ଚର୍ଚ୍ଚିତ ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ବହୁ ଚର୍ଚ୍ଚିତ ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ।ପିସିସି ସଭାପତିଙ୍କ ନିର୍ଦ୍ଧେଶରେ ନିମାପଡା ବ୍ଲକ କଂଗ୍ରେସ କମିଟି ତରଫରୁ ନିମାପଡା ଦୋଳବେଦୀଛକ ଠାରେ ପ୍ରସ୍ତାବିତ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଶତାଧିକ କଂଗ୍ରେସ କର୍ମୀଙ୍କ ସମେତ ଅନେକ ନେତୃବୃନ୍ଦ ଏଥିରେ ସାମିଲ ହୋଇ ସ୍ଥାନୀୟ ଦୋଳବେଦୀ ଛକ ମୂଖ୍ୟ ରାସ୍ତା ଅବରୋଧ କରିବା ସହ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି।
ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟାରେ ରାଜ୍ୟ ସରକାରଙ୍କୁ ସମ୍ପୁର୍ଣ୍ଣ ଦାୟି କରି ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି କଂଗ୍ରେସ। ଏଥିସହିତ ମୂଖ୍ୟ ମନ୍ତ୍ରୀ ମୋହନ ମାଝି, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ ଏବଂ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଧାରଣାରେ ବସିଥିଲେ ହଜାର ହଜାର କଂଗ୍ରେସ କର୍ମୀ ଓ ରାଜନୈତିକ ନେତୃବୃନ୍ଦ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *