ନାଇଟ୍ ପାଟ୍ରୋଲିଂ ବେଳେ ପୋଲିସର ବଡ଼ ଧରଣର ଚଢ଼ାଉ
ତିର୍ତ୍ତୋଲ, ୦୪/୧୦ (ବିଭୂତି ଟିଭି): ଜଗତସିଂହପୁର ଜିଲ୍ଲାରେ ନାଇଟ୍ ପାଟ୍ରୋଲିଂ ସମୟରେ ପୋଲିସକୁ ମିଳିଛି ବଡ଼ ସଫଳତା। ଜୟପୁର ଅଞ୍ଚଳର ବ୍ରିଜ୍ ନିକଟରେ ସନ୍ଦେହଜନକ ଭାବେ ଚଳାଚଳ କରୁଥିବା କିଛି ବ୍ୟକ୍ତିଙ୍କୁ ପୋଲିସ ଅଟକାଇ ଯାଞ୍ଚ କରିବା ପରେ ୬ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଆଉ ୩ ଜଣ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି।
୦୪ ଅକ୍ଟୋବର ୨୦୨୬ ଭୋର ପ୍ରାୟ ୪ଟା ସମୟରେ ନାଇଟ୍ ପାଟ୍ରୋଲିଂ ଦଳ ଜୟପୁର ପୁରୁଣା ବ୍ରିଜ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଜଣ ବ୍ୟକ୍ତି ଏକ ମୋଟରସାଇକେଲରେ ବସି ସନ୍ଦେହଜନକ ଭାବେ ଏପଟ ସେପଟ ହେଉଥିବା ଦେଖିଥିଲେ। ପୋଲିସ ଟିମ୍କୁ ଦେଖି ସେମାନେ ଘଟଣାସ୍ଥଳରୁ ଚାଲିଯିବାକୁ ଉଦ୍ୟମ କରିଥିଲେ। ପରେ ସାଥିରେ ଥିବା ପୋଲିସ କର୍ମଚାରୀଙ୍କ ସହାୟତାରେ ସେମାନଙ୍କୁ ଅଟକାଇ ତଲାସୀ ଓ ଚଢ଼ାଉ କରାଯାଇଥିଲା।
ଏହି ଘଟଣାରେ ପୋଲିସ ଭରତ ବେହେରା (୫୮), ସୌମ୍ୟରଞ୍ଜନ ମହାନ୍ତି ଓରଫ ପିକୁନ (୩୧), ଅମରେଶ ସ୍ୱାଇଁ (୨୪), ଏସ୍କେ ନୁର ହୁସେନ (୩୫), ଜ୍ୟୋତିରଞ୍ଜନ ମହାରଣା ଓରଫ ଜିତୁ ଏବଂ ଜ୍ୟୋତ୍ସ୍ନା ବେହେରା ଓରଫ କୁନିଙ୍କୁ ଗିରଫ କରିଛି।
ପୋଲିସର ସୂଚନା ଅନୁସାରେ, ଚଢ଼ାଉ ସମୟରେ ୩୫.୮୦ ଗ୍ରାମ ମୋଟ ଓଜନ ଏବଂ ୩୫.୬୨ ଗ୍ରାମ ନେଟ୍ ଓଜନର ସନ୍ଦିଗ୍ଧ ନିଶାଦ୍ରବ୍ୟ, ନଗଦ ୬,୮୯୦ ଟଙ୍କା, ବିଭିନ୍ନ କମ୍ପାନୀର ୪ଟି ମୋବାଇଲ୍ ଫୋନ୍, ଏବଂ ୪ଟି ମୋଟରସାଇକେଲ୍ ସହ ଗୋଟିଏ ମାରୁତି ସୁଜୁକି କାର୍ ଜବତ କରାଯାଇଛି।
ଜବତ ହୋଇଥିବା ଯାନବାହନ ମଧ୍ୟରେ Yamaha R15 (OD-05-AH-0021), Pulsar 150 (OD-05-R-3283), Hero Honda CD Deluxe (OR-21-B-6930) ଏବଂ Maruti Suzuki କାର୍ (OD-02-BM-7009) ରହିଛି।
ଏହି ମାମଲାରେ ଚେଙ୍ଗା ଓରଫ ସୌମେଶ ସ୍ୱାଇଁ, ସୂର୍ଯ୍ୟ ଏବଂ ପାପୁଲା ଫେରାର ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।
ଏନେଇ ତିର୍ତ୍ତୋଲ ଥାନା କେସ୍ ନମ୍ବର ୪୪୫, ତାରିଖ ୦୪.୧୦.୨୦୨୬, ଧାରା ୧୧୧(୨)(ବି)/୧୧୧(୩)/୧୧୧(୪) BNS ସହିତ NDPS Act ର ଧାରା ୮(c)/୨୧(b)/୨୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଜବତ ସାମଗ୍ରୀ, ଯାନବାହନ, ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କାକୁ ଆଇନାନୁଯାୟୀ ଜବତ କରି ପୋଲିସ ହେପାଜତରେ ରଖାଯାଇଛି।
ମାମଲାର ତଦନ୍ତ ଜାରି ରହିଥିବା ବେଳେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତ ପାଇଁ ମାନ୍ୟବର ଅଦାଲତରେ ହାଜର କରାଯାଇଛି।
















Leave a Reply