ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଅସ୍ଥି କର୍କଟ ରୋଗାକ୍ରାନ୍ତ ମେଧାବୀ ଛାତ୍ରୀ ଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଜାଗ୍ରତ ଯୁବଶକ୍ତି ସଂଗଠନ ର ଦାବିପତ୍ର ପ୍ରଦାନ

ନିମାପଡା(BT) ଆଜି ନିମାପଡା ବ୍ଲକ ଚଂରପଦା ପଞ୍ଚାୟତ ଡିହବାରୀ ଗ୍ରାମ ର ପ୍ରଦୀପ ଭୋଇ ଙ୍କ ପରିବାର ନିକଟରେ ପହଂଚିଥିଲା ଜାଗ୍ରତ ଯୁବଶକ୍ତି ସଂଗଠନ। ସ୍ଥାନୀୟ ଜେ. ବି. ଆର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ରୀ ତଥା ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଥିବା ପ୍ରଦୀପ ଭୋଇ ଙ୍କ ବଡ ଝିଅ ବିଶ୍ୱଜିତା ଭୋଇ ଅସ୍ଥି କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘ ୬ ମାସ ରୁ ଊର୍ଧ୍ୱ ସମୟ ଧରି ଚିକିତ୍ସାଧୀନ ଅବସ୍ଥାରେ ଶଯ୍ୟାଶାୟୀ ଅଛନ୍ତି । ଡାକ୍ତର ଙ୍କ ପରାମର୍ଶ ମୁତାବକ ଚିକିତ୍ସା ପାଇଁ ୧୫ ଲକ୍ଷ ରୁ ଉର୍ଧ୍ଵ ଟଙ୍କାର ଆବଶ୍ୟକତା ଥିବା ବେଳେ ଦାରିଦ୍ୟ ସୀମାରେଖା ତଳେ ଥାଇ ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିବା ପ୍ରଦୀପ ଭୋଇ ଙ୍କ ପାଇଁ ବିଶ୍ୱଜିତା ଙ୍କ ଚିକିତ୍ସା ନିମିତ୍ତ ଆନୁସଙ୍ଗିକ ଖର୍ଚ୍ଚ ଯୋଗାଡ଼ କରିବା ସମ୍ଭବ ହେଉନାହିଁ । ଏଣୁ କର୍କଟ ରୋଗାକ୍ରାନ୍ତ ମେଧାବୀ ଛାତ୍ରୀ ବିଶ୍ୱଜିତା ଙ୍କ ଚିକିତ୍ସା ପାଇଁ ଜାଗ୍ରତ ଯୁବଶକ୍ତି ସଂଗଠନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୁରୀ ଜିଲ୍ଲାପାଳ ମହୋଦୟ ଙ୍କୁ ଦାବିପତ୍ର ପ୍ରଦାନ ସହିତ ନିମାପଡା ତହସିଲଦାର ମହୋଦୟ ଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରି ତୁରନ୍ତ ସରକାରୀ ସ୍ତରରେ ସମସ୍ତ ସହାୟତା ପ୍ରଦାନ ପାଇଁ ସଂଗଠନ ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ଦାସ ପ୍ରମୁଖ ସରକାର ଓ ପ୍ରଶାସନ ଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *