ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

‘ଆମ କ୍ୟାମ୍ପସ, ଆମ ଦାୟିତ୍ୱ’—ନିମାପଡ଼ା କଲେଜରେ AISFର ନୂତନ ୟୁନିଟ୍

ନିମାପଡ଼ା, ୭/୯ (ବି.ପ୍ର): ଛାତ୍ରଛାତ୍ରୀଙ୍କ ଅଧିକାର ଓ କ୍ୟାମ୍ପସର ବିଭିନ୍ନ ସମସ୍ୟାକୁ ନେଇ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଖିଳ ଭାରତ ଛାତ୍ର ସଂଘ (AISF) ପକ୍ଷରୁ ୟୁନିଟ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି।
ସମ୍ମିଳନୀରେ ନୂତନ କଲେଜ ୟୁନିଟ୍ ଗଠନ କରାଯାଇଥିବାବେଳେ ‘ଆମ କ୍ୟାମ୍ପସ, ଆମ ଦାୟିତ୍ୱ’ ଅଭିଯାନକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
AISF ରାଜ୍ୟ ସହ-ସମ୍ପାଦକ ଶୁଭ୍ରା ରାଣୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପପୁ ରାଉତ ଓ ରାଜ୍ୟ ପରିଷଦ ସଦସ୍ୟ ସାଗର ପ୍ରଧାନ ଯୋଗଦେଇ ଛାତ୍ର ସମାଜର ସମସ୍ୟା, ଶିକ୍ଷାର ଘରୋଇକରଣ, ଜାତୀୟ ଶିକ୍ଷା ନୀତି–୨୦୨୦ ଓ ଶିକ୍ଷାର ସାମ୍ପ୍ରଦାୟିକରଣ ନେଇ ମତ ରଖିଥିଲେ।
ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ, ସମାନ ଓ ସୁଲଭ ଶିକ୍ଷା ଯୋଗାଇବା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। କ୍ୟାମ୍ପସ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀଙ୍କ ସକ୍ରିୟ ଭୂମିକା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
ସେହିପରି ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପରିଚାଳନା ଭାର ସରକାର ହାତକୁ ନେବାକୁ AISF ନିମାପଡ଼ା ଶାଖା ପକ୍ଷରୁ ଦାବି ଉଠାଯାଇଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *