ଜଗତସିଂହପୁର(BT )ତା ୨୫. ୦୯. ଜଗତସିଂହପୁର ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଅପରାହ୍ନ ୪.୩୦ ଘଣ୍ଟିକା ରେ ସଡକ ସୁରକ୍ଷା ର ପ୍ରତିକାର ବିଷୟରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ମାନଙ୍କୁ ନେଇ ଆଲୋଚନାଚକ୍ର ଆୟୋଜନ ହୋଇ ଥିଲା| ପରେ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ଶ୍ରୀ ନିରଞ୍ଜନ ବେହେରା ପୌରହିତ କରିଥିଲେ , ଉକ୍ତ ସଭାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାଶ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଉପସ୍ଥିତ ଥିଲେ|ଏହି ଅବସରରେ ଆର୍ ଆଣ୍ଡ ବି, ଆର୍ ଡି, ଏନ୍ ଏଚ୍ ୫୫ର କର୍ମକର୍ତ୍ତା ଏବଂ ଏନ୍ ଜି ଓ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ଯୋଗଦେଇ ଜିଲ୍ଲା ମଧ୍ୟରେ ସମସ୍ତ ଦୁର୍ଘଟଣା କୁ ବିସ୍ତୃତ ଭାବରେ ଆଲୋଚନା କରିବା ସହ ଉକ୍ତ ଦୁର୍ଘଟଣା କୁ ହ୍ରାସ କରିବାକୁ ଗଠନ ମୁଳକ ଭାବରେ ମନ୍ତବ୍ୟ ଉତ୍ଥାପନ କରିଥିଲେ, ତତ୍ସହ ତାର ପ୍ରତିକାର ବିଷୟରେ ସମ୍ପୃକ୍ତ ବିଭାଗ କୁ ତ୍ବରାନ୍ବିତ ପାଇଁ ତତ୍ପରତା କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ସଂପୃକ୍ତ ଜାତୀୟ ରାଜପଥ ୫୩ ରାସ୍ତା କାର୍ଯ୍ୟ ତୁରନ୍ତ ସାରିବା ପାଇଁ , ଆର୍ ଆଣ୍ଡ ବି ରାସ୍ତା ଏବଂ ଆର୍ ଡି ରାସ୍ତା ରେ ସଙ୍କେତ ସହ ରାସ୍ତା ର ମରାମତି କାର୍ଯ୍ୟ ଏବଂ ଲାଇଟ୍ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ ଦେବା ସହ କାର୍ଯ୍ୟ କୁ ଶିଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ପରିବହନ ଅଧିକାରୀ ଶ୍ରୀ ସେଠୀ ସଡ଼କ ସୁରକ୍ଷା ସମିତି ର ତତ୍ପରତା ପାଇଁ ଦୁର୍ଘଟଣା ମୃତ୍ୟୁ ହାର ପୁର୍ବ ବର୍ଷ ଅପେକ୍ଷା ୨୨ ଶତକଡା ହ୍ରାସ ହେଇଥିବା ରୁ ସମସ୍ତ ଙ୍କୁ ସାଧୁବାଦ ଦେବା ସହ ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କଡ଼ାକଡ଼ି କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସଂପ୍ରତି ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ଉପସ୍ଥିତ ରହି ଗଠନ ମୂଳକ ମତାମତ ଦେଇଥିଲେ।ଏଥିରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।
ଜଗତସିଂହପୁର ସଡ଼କ ସୁରକ୍ଷା ସମିତି ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ନିରାକରଣ ଏବଂ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା।
















Leave a Reply