ଭୁବନେଶ୍ୱର,(BT) ତା. ୧୯.୦୮.୨୦୨୬: ଭି.ଏଲ.ଇ ୟୁନିୟନ ଓଡ଼ିଶାର ପରିଚାଳନା ପରିଷଦ ପକ୍ଷରୁ ଆଜି ଏକଦିବସୀୟ କର୍ମଶାଳା ସୂର୍ଯ୍ୟାଶଂ ହୋଟେଲ୍ ଏଣ୍ଡ ରିସଟ୍ ରେ ଦିବା ୧୦:୩୦ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା ଏହି କର୍ମଶାଳାରେ ସଂଗଠନର ପରିଚାଳନା, ସାଙ୍ଗଠନିକ ଶୃଙ୍ଖଳା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
କର୍ମଶାଳାରେ ଭି.ଏଲ.ଇ ୟୁନିୟନ ଓଡ଼ିଶାର ରାଜ୍ୟ ଉପ-ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ଦାଶ ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ (ଅନ୍ନପୂର୍ଣ୍ଣା ଫାଇନାନ୍ସର ନିର୍ଦ୍ଦେଶକ ତଥା ପିପୁଲସ୍ ଫୋରମର ଅଧ୍ୟକ୍ଷ ଓ ବରିଷ୍ଟ ସମାଜସେବୀ) ଯୋଗଦେଇ ଭି.ଏଲ.ଇ ୟୁନିୟନ ଓଡ଼ିଶାର ପରିଚାଳନା ପରିଷଦକୁ ସମ୍ବୋଧିତ କରିଥିଲେ। ସେ ସଂଗଠନକୁ ଅଧିକ ସୁଦୃଢ଼, ଶୃଙ୍ଖଳିତ ଓ ସଠିକ ଦିଗରେ ପରିଚାଳନା କରିବା ସହିତ ସଦସ୍ୟମାନଙ୍କ ସ୍ୱାର୍ଥ ଓ ସାଙ୍ଗଠନିକ ଲକ୍ଷ୍ୟ ପୂରଣ ପାଇଁ ଆବଶ୍ୟକ ମାର୍ଗଦର୍ଶନ କରି ସଂଗଠନର ପରିଚାଳନା ପରିସଦର ସଭ୍ୟ ମାନଙ୍କୁ ୫ ଲକ୍ଷ ଟଙ୍କାର ବିମା ପଦାନ କରି ସଂଗଠନର ୱେବସାଇଟର ଶୁଭାରମ୍ଭ କରିଥିଲେ!!
ବିଶେଷକରି ସଂଗଠନର ସଠିକ ପରିଚାଳନା ଓ ଆଗାମୀ ଦିନର କାର୍ଯ୍ୟଧାରା ସମ୍ପର୍କରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ କବିଚନ୍ଦ୍ର ସେଠୀ ଏବଂ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ମନୋରଞ୍ଜନ ଦାସଙ୍କୁ ମୁଖ୍ୟ ଅତିଥି ଦିଗ୍ ଦର୍ଶନ ଦେଇଥିଲେ!!
କର୍ମଶାଳାରେ ଭି.ଏଲ.ଇ ୟୁନିୟନ ଓଡ଼ିଶାର ପରିଚାଳନା ପରିଷଦର ସମସ୍ତ କର୍ମକର୍ତ୍ତା ଶ୍ରୀଯୁକ୍ତ ଶରତ ଚନ୍ଦ୍ର ନାୟକ ( ରାଜ୍ୟ ଉପ-ସଭାପତି), ଶ୍ରୀଯୁକ୍ତ ଅରୁଣ କୁମାର ସିଂହ ( ରାଜ୍ୟ ଉପ-ସଭାପତି), ଶ୍ରୀଯୁକ୍ତ ସକିଲ ଆଲାମ ( ରାଜ୍ୟ ସହ-ସଂପାଦକ), ଶ୍ରୀଯୁକ୍ତ ଦାଶରଥି ସାହୁ ( ରାଜ୍ୟ ସହ-ସଂପାଦକ), ଶ୍ରୀମତୀ କଲ୍ୟାଣୀ ନାୟକ ( ରାଜ୍ୟ ସହ-ସଂପାଦକ), ସମିମା ବେଗମ୍ ( ରାଜ୍ୟ ସହ- ସଂପାଦକ), ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ମହାପାତ୍ର ( ରାଜ୍ୟ ସହ-ସଂପାଦକ), ଶ୍ରୀଯୁକ୍ତ ରାମଚନ୍ଦ୍ର ଯୁଝାରସିଂହ (ରାଜ୍ୟ ସହ- ସଂପାଦକ), ଶ୍ରୀଯୁକ୍ତ ଲିଙ୍ଗରାଜ ରଥ ( ରାଜ୍ୟ କୋଷାଧକ୍ଷ୍ୟ), ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାହୁ ( ରାଜ୍ୟ କାର୍ଯ୍ୟକାରୀ ସଭ୍ୟ), ଶ୍ରୀଯୁକ୍ତ ରାକେଶ ପାତ୍ର (ରାଜ୍ୟ କାର୍ଯ୍ୟକାରୀ ସଭ୍ୟ), ଶ୍ରୀମତୀ ଝୁନୁବାଳା ନାଏକ ( ରାଜ୍ୟ କାର୍ଯ୍ୟକାରୀ ସଭ୍ୟା), ଶ୍ରୀଯୁକ୍ତ ସତେନ୍ଦ୍ର କୁମାର ସିଂ ( ରାଜ୍ୟ ସାଧାରଣ ସଭ୍ୟ), ଶ୍ରୀଯୁକ୍ତ ଲୋକନାଥ ନାୟକ( ରାଜ୍ୟ ସାଧାରଣ ସଭ୍ୟ), ଲକ୍ଷ୍ମୀ ବେହେରା ( ରାଜ୍ୟ ସାଧାରଣ ସଭ୍ୟା), ଶ୍ରୀଯୁକ୍ତ ସୋମନାଥ ନାୟକ ( ରାଜ୍ୟ ସାଧାରଣ ସଭ୍ୟ), ଶ୍ରୀଯୁକ୍ତ ସମିର ମିସ୍ତ୍ରୀ ( ରାଜ୍ୟ ସାଧାରଣ ସଭ୍ୟ), ଶ୍ରୀଯୁକ୍ତ ମହମ୍ମଦ ଗାଲିବ ( ରାଜ୍ୟ ସାଧାରଣ ସଭ୍ୟ), ଶ୍ରୀଯୁକ୍ତ ସୁଜିତ୍ କୁମାର ଜେନା ( ରାଜ୍ୟ ସାଧାରଣ ସଭ୍ୟ), ଶ୍ରୀଯୁକ୍ତ ରବିନାରାୟଣ ସ୍ୱାଇଁ ( ରାଜ୍ୟ ସାଧାରଣ ସଭ୍ୟ), ଶ୍ରୀମତୀ ଶୁଭ୍ରକାନ୍ତି ସାହୁ ( ରାଜ୍ୟ ସାଧାରଣ ସଭ୍ୟା) ଯୋଗଦେଇ ସଂଗଠନକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବା ପାଇଁ ନିଜ ନିଜ ମତାମତ ଓ ପରାମର୍ଶ ରଖିଥିଲେ।
ସଂଗଠନର ଏକତା, ଶୃଙ୍ଖଳା ଓ ସଦସ୍ୟମାନଙ୍କ ହିତକୁ ପ୍ରାଥମିକତା ଦେଇ ଆଗାମୀ ଦିନରେ ଭି.ଏଲ.ଇ ୟୁନିୟନ ଓଡ଼ିଶା ଅଧିକ ସକ୍ରିୟ ଓ ସୁଦୃଢ଼ ଭାବେ କାର୍ଯ୍ୟ କରିବ ବୋଲି କର୍ମଶାଳାରେ ମତ ପ୍ରକାଶ କରିଥିଲେ !!


















Leave a Reply