ନିମାପଡ଼ା,୨୪/୫(BT) ଉତ୍କର୍ଷ ନିମାପଡ଼ା.୦୨ ହେବାକୁ ଯାଉଥିବା ବେଳେ ଏହି ଅବସରରେ ଆଜି ସକାଳ ସାଢେ ୬ଟାରେ ଦହିଜଙ୍ଗରୁ ନିମାପଡ଼ା ୫କିମି ର ମାରଥାନ ଅନୁଷ୍ଠିତ ହୋଇଥିଲା। ଏହି ମାରଥାନକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତକା ଦେଖାଇ ଉଦଘାଟନ କରିଥିଲେ। ଏହି ମାରଥାନରେ ଚଳଚିତ୍ର ଅଭିନେତ୍ରୀ ଓ ଅଭିନେତା ସବ୍ୟସାଚୀ ଏବଂ ଅଚ୍ଚିତା ଯୋଗଦେଇ ଥିଲେ। ଜିଲ୍ଳାପାଳ, ଦିବ୍ୟ ଜ୍ୟୋତି ପରିଡ଼ା ଏସ.ପି ପ୍ରତୀକ ସିଂ ସୂଚନା ଓ ପ୍ରସାରଣ ବିଭାଗ ଉପନିର୍ଦ୍ଦେଶକ ସନ୍ତୋସ ସେଠୀ ପ୍ରମୁଖ ଯୋଗ ଦେଇ ଦୈାଡ଼ିଥିଲେ। ପୂର୍ଣ୍ଣେଶ୍ବରୀ ମନ୍ଦିର ପଡ଼ିଆରେ ଆୟୋଜିତ ଉଦଯାପନ ଉତ୍ସବରେ ସମସ୍ତ ଅତିଥି ଯୋଗଦେଇ ଉତକର୍ଷ ନିମାପଡ଼ା -୦୨ର ବିକଶିତ ନିମାପଡ଼ା କ୍ରିଡ଼ାର ଟ୍ରଫି ଉନ୍ମୋଚନ କରି୍ଥିଲେ। ମାରଥାନରେ ଭାଗ ନେଇଥିବା ୨୫ ଜଣ ଯୁବକ ଯୁବତୀମାନଙ୍କୁ ମାନପତ୍ର ଅତିଥିମାନେ ପ୍ରଦାନ କରିଥିଲେ।
ଉତ୍କର୍ଷ ନିମାପଡ଼ା.୦୨ ହେବାକୁ ଯାଉଥିବା ବେଳେ ଏହି ଅବସରରେ ଦହିଜଙ୍ଗରୁ ନିମାପଡ଼ା ୫କିମି ର ମାରଥାନ ଅନୁଷ୍ଠିତ ହୋଇଥିଲା।

















Leave a Reply