ନିମାପଡ଼ା ୨.୪.୨୦୨୬(BT): ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଚାନକ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟସେବାର ସ୍ଥିତି ସମୀକ୍ଷା କରିଥିଲେ । ସେ ଏହି ଅବସରରେ ଉପସ୍ଥିତ ରୋଗୀ ଏବଂ ସେମାନଙ୍କ ପରିବାର ଲୋକମାନଙ୍କୁ ସ୍ୱାସ୍ଥ୍ୟସେବାର ମାନ ବାବଦରେ ପଚାରିବୁଝିଥିଲେ । ସୂଚନାଯୋଗ୍ୟ ଯେ, ଏଚ୍ଡିଏଫ୍ସି ବ୍ୟାଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର) ଅଧୀନରେ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲଟ୍ରାସାଉଣ୍ଡ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଫଳରେ ସ୍ଥାନୀୟ ଜନତା ବିଶେଷ କରି ମହିଳାମାନେ ଆଉ ଅଲଟ୍ରାସାଉଣ୍ଡ୍ ପାଇଁ ଭୁବନେଶ୍ୱର ଯିବାକୁ ପଡ଼ୁନାହିଁ ।
‘ନିରାମୟ’ ଔଷଧ ବିତରଣ କେନ୍ଦ୍ର ବନ୍ଦ ଥିବା ଦେଖି ସେ ଏହି ନିଶୁଳ୍କ ଔଷଧ ବିତରଣ କେନ୍ଦ୍ରକୁ ୨୪ ଘଣ୍ଟା ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଚାନକ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

















Leave a Reply