ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜଗତସିଂହପୁର ଜିଲ୍ଲା ରେ ବିଶ୍ୱ ଫଟୋଗ୍ରାଫି ଦିବସରେ ବୃକ୍ଷରୋପଣ, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ଜଗତସିଂହପୁର ଫଟୋଗ୍ରାଫର

ବିଭୁତି ଟିଭି, ଜଗତସିଂହପୁର ଜିଲ୍ଲା ଫଟୋ ଭିଡିଓଗ୍ରାଫିକ ଟ୍ରେଡର୍ସ ଆସୋସିଏସନ୍ ପକ୍ଷରୁ ଅଗଷ୍ଟ ୧୯ ତାରିଖ ବିଶ୍ୱ ଫଟୋଗ୍ରାଫି ଦିବସ ଉପଲକ୍ଷେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଦର ବ୍ଲକ୍ ଅନ୍ତର୍ଗତ ସିଦ୍ଧଳ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି ଓ ସାଧାରଣ ସମ୍ପାଦକ ଶୁଭଙ୍କର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲାର ବହୁ ଫଟୋଗ୍ରାଫର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଲାଲା ସଂଗ୍ରାମ କେଶରୀ ରାୟ, କୋଷାଧ୍ୟକ୍ଷ ଅତନୁ କୁମାର ସ୍ୱାଇଁ, ସହ ସମ୍ପାଦକ ଗଗନ ମଲ୍ଲିକ,ବିଷ୍ଣୁ ଚରଣ ରାୟ, ନରେନ୍ଦ୍ର କୁମାର ସ୍ୱାଇଁ , ଅରୁଣ କୁମାର ସୁତାର ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଫଟୋଗ୍ରାଫର ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ‘ବୃକ୍ଷ ହିଁ ଜୀବନ’ ବାର୍ତ୍ତାକୁ ନେଇ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।ଫଟୋଗ୍ରାଫରମାନେ କେବଳ ଫଟୋ ମାଧ୍ୟମରେ ସମାଜର ବିଭିନ୍ନ ଚିତ୍ରକୁ ଉପସ୍ଥାପନ କରନ୍ତି ନାହିଁ, ସାମାଜିକ ଓ ପରିବେଶ ସଚେତନତାରେ ମଧ୍ୟ ସେମାନଙ୍କର ଭୂମିକା ରହିଛି ବୋଲି ଏହି ଅବସରରେ ବକ୍ତାମାନେ କହିଥିଲେ।କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଫଟୋ ଭିଡିଓଗ୍ରାଫିକ ଟ୍ରେଡର୍ସ ଆସୋସିଏସନ୍ ପରିବାରର ସମସ୍ତ ସଦସ୍ୟଙ୍କୁ ବିଶ୍ୱ ଫଟୋଗ୍ରାଫି ଦିବସର ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାର ସମସ୍ତ ଫଟୋଗ୍ରାଫରଙ୍କ ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *