ପୁରୀ (BT): ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ପକ୍ଷରୁ ରାଜ୍ୟ ମୁଖ୍ୟାଳୟ ପରିସରରେ ଏକ ବିଶେଷ ସଭା ଅନୁଷ୍ଠିତ ହୋଇଯାଇଛି।
ଭାରତ ସ୍କାଉଟସ୍ ଓ ଗାଇଡସ୍ର ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ସଭାପତି ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଉପସଭାପତି ମନୋରଞ୍ଜନ ମହାନ୍ତି ଓ ରାଜ୍ୟ ସ୍କାଉଟ ଗାଇଡ ସଚିବ ଶରତ ଚନ୍ଦ୍ର ପାଇକରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ପୁରୀ ଜିଲ୍ଲା ସ୍କାଉଟ କମିଶନର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ତାଙ୍କର ଜିଲ୍ଲା ତଥା ରାଜ୍ୟସ୍ତରୀୟ ସ୍କାଉଟ ସାଙ୍ଗଠନିକ ଦକ୍ଷତା ଏବଂ ନିରବିଚ୍ଛିନ୍ନ ସେବା ପାଇଁ ‘ରଘୁନାଥ ସେବା ସମ୍ମାନ–୨୦୨୬’ ପ୍ରଦାନ କରାଯାଇଥିଲା। ତାଙ୍କୁ ପ୍ରମାଣପତ୍ର ସହିତ ସ୍ମୃତି ଫଳକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ସଭାରେ ରାଜ୍ୟ ଯୁଗ୍ମ ସମ୍ପାଦକ ମିହିର ରଞ୍ଜନ ପଟ୍ଟନାୟକ ଓ ଅନାମିକା ଦାସ ସଭା ପରିଚାଳନା କରିଥିବା ବେଳେ ଡାଃ ବିଶ୍ୱଜିତ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟସ୍ତରୀୟ ରଘୁନାଥ ସେବା ସମ୍ମାନ ୨୦୨୬
















Leave a Reply