ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ରାଜ୍ୟର ୩ଟି ନିର୍ବାଚନ ମଣ୍ଡଳୀର ୪ଟି ବ୍ଲକର ଲକ୍ଷାଧିକ ଲୋକ ଜଳ ସଙ୍କଟ ର ସାମ୍ନା କରିବାକୁ ଯାଉଛନ୍ତି

ନିମାପଡ଼ା, (BT)ରାଜ୍ୟର ୩ଟି ନିର୍ବାଚନ ମଣ୍ଡଳୀର ୪ଟି ବ୍ଲକର ଲକ୍ଷାଧିକ ଲୋକ ମାନଙ୍କର ଜୀବନ ଧାରା କୁଶଭଦ୍ରା ନଦୀ ସମ୍ପୂର୍ଣ ସୁପ୍ତ ଓ ବିଲୁପ୍ତ ହୋଇ ଯିବା ଅବସ୍ଥାରେ । ରାଜ୍ୟର ସମସ୍ତ ନ‌ଦୀରେ ସ୍ଵାଭାବିକ ଭାବେ ଜଳ ପ୍ରବାହିତ ହେଉଥ‌ିବା ବେଳେ ଏହି ନଦୀରେ ପାଣି ଦେଖିବାକୁ ମିଳୁନି । ଦୀର୍ଘବର୍ଷ ଧରି ମୃତ ଅବସ୍ଥାରେ ପଡ଼ି ରହିଥ‌ିବା କୁଆଖାଇର ଶାଖା ନଦୀ କୁଶଭଦ୍ରାର ପୁନରୁଦ୍ଧାର ପାଇଁ ୨୦୨୫ ଅଗଷ୍ଟ ମାସରେ ‘କୁଶଭଦ୍ରା କାନ୍ଦୁଛି’ ଏବଂ ‘କୁଶଭଦ୍ରା ବଞ୍ଚାଅ ଅଭିଯାନ’ ପରିବାର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏହି ୨ଟି ଅନୁଷ୍ଠାନର ଶତାଧିକ ସଦସ୍ୟମାନେ ପ୍ରଶାସନିକ ଅଧିକାରୀ, ଜିଲ୍ଲାପାଳ, ରାଜ୍ୟ ଜଳସେଚନ, ରାଜସ୍ୱ ବିଭାଗୀୟ ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି କୁଶଭଦ୍ରା କିଭଳି ତା’ର ପୂର୍ବ ହୃତ ଗୌରବ ଫେରିପାଇବ ସେ ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ । ଏହାର ପୁନଃଉଦ୍ଧାର, ମୁହାଣ ଖନନ ଓ ସୁରକ୍ଷାର ଆବଶ୍ୟକ‌ତା ରହିଛି ବୋଲି ସମସ୍ତେ ମତପ୍ରକାଶ କରିଥିଲେ । କୁଶଭଦ୍ରାକୁ ପୁନଶ୍ଚ ଚିରସ୍ରୋତା କରାଇବାକୁ ହେଲେ ବାଲିଅନ୍ତା ଠାରେ ନଦୀର ଉତ୍ପରିସ୍ଥଳ ଖନନ, ବାଲିଅନ୍ତା ଠାରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ଜଳର ଅବାଧ ପ୍ରବାହ ସୁନିଶ୍ଚିତ କରିବା, ଭୂତଳ ଜଳସ୍ତର ହ୍ରାସ ଆଦି ସମସ୍ୟା ପ୍ରତି ଦୃଷ୍ଟିଦେବାକୁ ନିମାପଡ଼ା ବିଧାୟିକା ତଥା ରାଜ୍ୟ ର ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହାମଧ୍ୟରେ ୮ମାସରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ସୁଦ୍ଧା କୁଶଭଦ୍ରା ପୁନରୁଦ୍ଧାର ପାଇଁ କୌଣସିପ୍ରକାର ପ୍ରଶାସନି କ ତତ୍ପରତା ଦେଖା ଯାଇନାହିଁ । କଥା କେବଳ କଥାରେ ସୀମିତ ରହିଯାଇଛି । ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁସାରେ କୁଶଭଦ୍ରାରେ ଜଳପ୍ରବାହ ନହେବା ଯୋଗୁଁ ରବି ଜଳସେଚନ, ଉଠା ଜଳସେଚନ ପ୍ରଭାବିତ ହେବାସହିତ ନିଭରଶୀଳ ଚାଷୀ, ମତ୍ସ୍ୟଜୀବୀ ତଥା ନଦୀକୂଳ ଅଞ୍ଚଳବାସୀ କୁଶଭଦ୍ରା ଶୁଖିଲା ପଡ଼ିବା ଫଳରେ ସେମାନଙ୍କ ପାଇଁ ଗଭୀର ଚିନ୍ତାର କାରଣ ପାଲଟିଛି । ଘୋର ଜଳ ସଙ୍କଟ ର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ନିମାପଡ଼ା ଜଳସେଚନ ବିଭାଗ ଅକ୍ଷଣ ଯନ୍ତ୍ରୀ ପ୍ରୀତମ ପୋଥାଳ କୁଶଭଦ୍ରା ଶୁଖିଲା ପଡ଼ିବା ସ୍ଥିତିକୁ ସ୍ୱୀକାର କରିଛନ୍ତି । ଆଗକୁ ତାପମାତ୍ରା ବଢ଼ିବ, ଖରା ବଢ଼ିବ । ପଶୁ ପକ୍ଷୀଙ୍କ ନଦୀକୂଳବାସୀଙ୍କ ପାଇଁ ପାଣିର ଆବଶ୍ୟକତା ବଢ଼ିବ । ଏଥର ଖରାରେ କିଛି ଅଘଟଣ ଘଟିବା ପୂର୍ବରୁ ନିମାପଡ଼ା ବିଧାୟିକା ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଥ‌ିବା ବେଳେ ଭାରତ ସରକାରଙ୍କ ‘ନମାମି ଗଙ୍ଗେ ଯୋଜନାରେ କୁଶଭଦ୍ରାକୁ ଅନ୍ତର୍ଭୁକ୍ତ କ ର। ଗଲେ କୁଶଭଦ୍ର । ପୁନଶ୍ଚ ଚିରସ୍ରୋତା ହୋଇପାରିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।

କୁଶଭଦ୍ରା ବଞ୍ଚାଅ ଅଭିଯାନ” ର ନେତୃମଣ୍ଡଳୀ ଭୁବନେଶ୍ୱର ସ୍ଥିତ ପ୍ରାଚୀ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ମହୋଦୟ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ବିଭାଗୀୟ ଯନ୍ତ୍ରୀ ଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଗତ ସେପ୍ଟେମ୍ବର ମାସରେ ଅଭିଯାନ ତରଫରୁ ରାଜ୍ୟ ସରକାର ଙ୍କୁ ପ୍ରଦତ୍ତ ଦାବିପତ୍ର ସମ୍ପର୍କରେ ଅବଗତ କରାଇଥିଲେ । କୁଶଭଦ୍ରା କୁ ଚିରସ୍ରୋତା କରାଇବା ଲାଗି ସରକାରୀ ପ୍ରକ୍ରିୟା ର ଅଗ୍ରଗତି, ଉପରମୁଣ୍ଡ ବାଲିଅନ୍ତା ଠାରେ ନଦୀ ଶଯ୍ୟା ଖନନ କାର୍ଯ୍ୟ କେବେ କରାଯିବ,ରାମଚନ୍ଦ୍ରପୁର ଠାରେ ନିର୍ମାଣାଧୀନ ବ୍ୟାରେଜ ର ସ୍ଥିତି ତଥା ପ୍ରକଳ୍ପ କେବେ ପୂର୍ଣ୍ଣାଙ୍ଗ ହେବା ଭଳି ପ୍ରସଙ୍ଗରେ ଅଧିକ୍ଷଣ ଯନ୍ତ୍ରୀ ଙ୍କ ସହିତ ବିସ୍ତୃତ ଆଲୋଚନା ହୋଇଥିଲା ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *