ଜଗତସିଂହପୁର, ୮/୦୮/୨୦୨୬ (Bibhuti TV):
ଜଗତସିଂହପୁର ଜିଲ୍ଲାରେ ବିଶିଷ୍ଟ ବ୍ୟକ୍ତିତ୍ୱ ପ୍ରାଣକୃଷ୍ଣ ପଢ଼ିଆରୀଙ୍କ ଶ୍ରାଦ୍ଧ ଦିବସ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଜୟବଡ଼ ଛକ ନିକଟରେ ଅବସ୍ଥିତ ସ୍ୱର୍ଗତ ପ୍ରାଣକୃଷ୍ଣ ପଢ଼ିଆରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ସ୍ମୃତିଚାରଣ କରିବା ସହ ତାଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା।
ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ୯ ନମ୍ବର ୱାର୍ଡର ପାରିଷଦ ଶ୍ରୀ ଜଗଦାନନ୍ଦ ପଢ଼ିଆରୀ, ସାମ୍ବାଦିକ ଶୁଭକାନ୍ତ ପଢ଼ିଆରୀ, ପୌର ପରିଷଦର ସୁଦର୍ଶନ ଭୋଇଙ୍କ ସମେତ ରମାକାନ୍ତ ପଢ଼ିଆରୀ, ଲିଟୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ପ୍ରାଣକୃଷ୍ଣ ପଢ଼ିଆରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଉପସ୍ଥିତ ସମସ୍ତେ ସ୍ୱର୍ଗତ ପଢ଼ିଆରୀଙ୍କ ଆଦର୍ଶ ଓ ସ୍ମୃତିକୁ ସ୍ମରଣ କରି ତାଙ୍କ ପ୍ରତି ଗଭୀର ସମ୍ମାନ ଜଣାଇଥିଲେ।
ରିପୋର୍ଟ: Bibhuti TV, ଜଗତସିଂହପୁର
ପ୍ରାଣକୃଷ୍ଣ ପଢ଼ିଆରୀଙ୍କ ଶ୍ରାଦ୍ଧ ଦିବସ ପାଳିତ

















Leave a Reply