ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପିପିଲିରେ ‘ପିପିଲିକ୍ୟୁ’ ଲୋଗୋ ଉନ୍ମୋଚିତ: ଚାନ୍ଦୁଆ ଓ ପଟ୍ଟଚିତ୍ର କାରିଗରଙ୍କୁ ସମ୍ବର୍ଦ୍ଧନା

ପିପିଲି,(BT) ୨୯ ସେପ୍ଟେମ୍ବର: ମହିଳା ହସ୍ତଶିଳ୍ପ ପ୍ରୋଡ୍ୟୁସର କମ୍ପାନୀ ଆନୁକୂଲ୍ୟରେ ପିପିଲି ବ୍ଲକ୍‌ସ୍ଥିତ ମହିଳା ଯୁବ ସଶକ୍ତୀକରଣ କେନ୍ଦ୍ର ଗୃହରେ ‘ପିପିଲିକ୍ୟୁ’ (PIPILLIQUE) କମ୍ପାନୀର ନୂତନ ଲୋଗୋ ଉନ୍ମୋଚନ ସହ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପିପିଲି ଅଞ୍ଚଳର ପରିଚୟ ଓ ଅସ୍ମିତା ସହ ଜଡ଼ିତ ଚାନ୍ଦୁଆ ଏବଂ ପଟ୍ଟଚିତ୍ର ଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଚାନ୍ଦୁଆ ସହ ପିପିଲି ର ପଟ୍ଟଚିତ୍ର ଓ ଅନ୍ୟାନ୍ୟ ପାରମ୍ପରିକ ହସ୍ତଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରୋତ୍ସାହନମୂଳକ ପଦକ୍ଷେପ ନେଉଛନ୍ତି ବୋଲି ବିଧାୟକ ପ୍ରକାଶ କରିଥିଲେ। ମହିଳା କାରିଗରମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ପିପିଲି ଅଞ୍ଚଳର ପ୍ରସିଦ୍ଧ ଚାନ୍ଦୁଆ ଓ ପଟ୍ଟଚିତ୍ର କାରିଗରମାନଙ୍କୁ ସାର୍ଟିଫିକେଟ୍, ଶାଢ଼ୀ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହାଦ୍ୱାରା କାରିଗରମାନଙ୍କ ଦକ୍ଷତା ବିକାଶ, ଉତ୍ପାଦନ ବୃଦ୍ଧି ଓ ବିପଣନ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ। ଏହି ସାଧାରଣ ବୈଠକରେ ପିପିଲି ବିଡିଓ ସରୋଜ ଭାରତ, କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ର, ସିଇଓ ଅସ୍ମିତା ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ମହିଳା ହସ୍ତଶିଳ୍ପ ପ୍ରୋଡ୍ୟୁସର କମ୍ପାନୀର ଏହି ବାର୍ଷିକ ଉତ୍ସବରେ ଶତାଧିକ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସ୍ଥାନୀୟ କାରିଗର ସାମିଲ ହୋଇଥିଲେ।

ରିପୋର୍ଟ: ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲି ,ପୁରୀ

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *